www.samajalive.in
Saturday, December 6, 2025
14.1 C
Bhubaneswar

ଦେବଗଡ଼ ଜିଲା ଓକିଲ ସଂଘ ନିର୍ବାଚନ : ଟିକେଶ୍ୱର ଧଳ ସମ୍ପାଦକ ନିର୍ବାଚିତ

ଦେବଗଡ଼ : ଆଜି ଦେବଗଡ ଜିଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିକେଶ୍ୱର ଧଳ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ସାରଙ୍ଗଧର ଦେହୁରୀଙ୍କୁ ୧୧ଟି ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ଆଜି ଜିଲା ଓକିଲ ସଂଂଘର ନିର୍ବାଚନ ଅଧିକାରୀ ଶ୍ରୀବତ୍ସ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ ୬୫ ଜଣ ସଦସ୍ୟ ଭୋଟ ଦେଇଥିବା ବେଳେ ଶ୍ରୀ ଧଳ ୩୬ଟି ଭୋଟ ଓ ଶ୍ରୀ ଦେହୁରୀ ୨୫ଟି ଭୋଟ ପାଇଥିଲେ। ସେହିପରି ୩ଟି ଭୋଟ ନାକଚ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ସଭାପତି ପଦବୀ ନିମନ୍ତେ ଭାବେ ଦିଲ୍ଲିପ କୁମାର  ଗୁରୁ, ଉପ ସଭାପତି  ପଦବୀ ନିମନ୍ତେ ସରୋଜ କୁମାର ପାତ୍ର ,ସହ ସମ୍ପାଦକ ପଦବୀ ନିମନ୍ତେ ବିରେନ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ରାଜକିଶୋର ପ୍ରଧାନ  ମନୋନୟନ ପତ୍ର ଦାଖଲ କରି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ। ମାତ୍ର ସମ୍ପାଦକ ପଦବୀ ନିମନ୍ତେ ଟିକେଶ୍ୱର ଧଳ ଓ ସାରଙ୍ଗଧର ଦେହୁରୀ ଦୁଇଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବାରୁ ଆଜି ଏହି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories