www.samajalive.in
Saturday, December 6, 2025
26.1 C
Bhubaneswar

ସଜେଇ ହେଉଛି ମହାରାଜ ସାଗର: ବ୍ୟୟ ଅଟକଳ ୨.୮୨କୋଟି, ୨୨ ଏକର ବିଶିଷ୍ଟ ପୋଖରୀର ଚାରିକଡ ପ୍ରାୟ ୧୨ଶହ ମିଟର ପରିଧିରେ ରାସ୍ତା ନିର୍ମାଣ କାମ ଆରମ୍ଭ

ଟିଟିଲାଗଡ଼:ଟିଟିଲାଗଡ ସହରର ପୁରାତନ ମହାରାଜ ସାଗର ଦେବନ୍ଧର ଉନ୍ନତ୍ତି କରଣ ଯୋଜନା ତଥା ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୮ ମସିହାରୁ ପରିକଳ୍ପନା କରାଯାଇଥିଲା। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ଏହି ଦୁଇ ସାଗର ଓ ବନ୍ଧର ଉନ୍ନତି ପାଇଁ ଯୋଜନା କରିଥିବାବେଳେ ବିଭିନ୍ନ କାରଣରୁ କାମ ଅଧାରେ ଝୁଲି ରହିଥିଲା। ଉପ ଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ସହରର ମଧ୍ୟ ଭାଗରେ ୨.୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ମହାରାଜ ସାଗର ବକେୟା କାମ ପାଇଁ ତତ୍ପରତା ଦେଖାଇଛନ୍ତି।
୨୨ ଏକର ବିଶିଷ୍ଟ ପୋଖରୀର ଚାରିକଡ ପ୍ରାୟ ୧୨ଶହ ମିଟର ପରିଧିରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ରାସ୍ତାରେ ପେଭର ବକ୍ସ ବିଛାଯିବା ସହ ପୋଖରୀ ଚାରିପଟରେ ଲୋକଙ୍କ ବୁଲିବା ବ୍ୟବସ୍ଥା ରହିଛି। ଅପରପକ୍ଷରେ ପୋଖରୀର ପଶ୍ଚିମ ଦିଗରେ ଗୋପବନ୍ଧୁ ପାର୍କ ତଥା ବନ୍ଧ ହିଡରେ ଶନି, ହନୁମାନ, ଶୀତଲା ମାତା ଓ ସାଇ ମନ୍ଦିର ରହିଛି। ଫଳରେ ପୋଖରୀ ଚାରି ଦିଗରେ ଭ୍ରମଣ ପାଇଁ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ରହିଛି। ଏନେଇ ଉପ ଜିଲାପାଳ ସହରର ବୁଦ୍ଧିଜୀବୀ, ମନ୍ଦିର କମିଟି ସଦସ୍ୟଙ୍କୁ ଡାକି ପୂର୍ବରୁ ଆଲୋଚନା କରିଥିଲେ। ଶନିବାର ସହରର ନାଗରିକଙ୍କ ସହ ପୋଖରୀ ହିଡ, ବିଭିନ୍ନ ମନ୍ଦିର ବୁଲି ସବିଶେଷ ଆଲୋଚନା କରିଥିଲେ।
ଟିଟିଲାଗଡ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢୀ, ଉପ ସଭାପତି ନାଭ ବେହେରା, ସଂଗଠନ ସମ୍ପାଦକ ମନୋଜ ହାତୀ, ପୂର୍ବ ବାର ସଭାପତି କୃଷ୍ଣଚନ୍ଦ୍ର ସାହୁ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସତ୍ୟନାରାୟଣ ଗୁପ୍ତା, ଶୀତଲା ମାତା ମନ୍ଦିର କମିଟି ସଭାପତି ବିଷ୍ଣୁ ବିରମିୱାଲ, ସୁରେନ ପଣ୍ଡା, ଜୟନ୍ତ ପଣ୍ଡା ପ୍ରମୁଖ ଉପ ଜିଲାପାଳଙ୍କ ସହ ଆଲୋଚନା କାଳରେ ଶନି ମନ୍ଦିରକୁ ସ୍ଥାନାନ୍ତରଣ ଓ ଅନ୍ୟ ମନ୍ଦିରଗୁଡିକ ଥାଇ ରାସ୍ତା ନିର୍ମାଣ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ହୋଇଛି। ଫଳରେ ପୋଖରୀ କାର୍ଯ୍ୟ ନେଇ ସମସ୍ତ ପ୍ରତିବନ୍ଧକ ତୁଟିଛି। ପୌର ପରିଷଦ ପକ୍ଷରୁ ପୋଖରୀ ପାଣି ନିଷ୍କାସନ କରାଯାଇଥିବା ବେଳେ ଗାର୍ଡ ୱାଲ କାର୍ଯ୍ୟ ସହ ପଥର ପେଚିଙ୍ଗ କରାଯିବ। ପାଖରୀ ଚାରିକଡରେ ୱାକିଙ୍ଗ ଟ୍ରାକ, ଫୁଲ ଗଛ, ବସିବା ପାଇଁ ଚୌକି ତଥା ଆଲୋକୀକରଣ କରାଯିବା ବ୍ୟବସ୍ଥା ରହିଛି।
ଗତ ମାସ ୨୨ ତାରିଖରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ମହାରାଜ ସାଗର ବୁଲି ଦେଖିବା ସହ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ଉପାଧ୍ୟାୟଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା କାଳରେ ସହରର ଦୁଇଟି ପ୍ରମୁଖ ଡ୍ରେନ ମହାରାଜ ସାଗରରେ ମିଶୁଥିବାରୁ ଜଳ ପ୍ରଦୁଷିତ ହେଉଥିବା ବୁଦ୍ଧିଜୀବୀମାନେ ଉପ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶନିବାର ପରିଦର୍ଶନ ସମୟରେ ପୌର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପଟେଲ, କନିଷ୍ଠ ଯନ୍ତ୍ରୀ ନିଳକଣ୍ଠ କିଷାନ, ବରିଷ୍ଠ କିରାଣୀ ସାଧୁଚରଣ ବେହେରା, ରାଧାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ପର୍ଯ୍ୟଟନ କ୍ଷେତ୍ର କୁମୁଡା ପାହାଡ ଧବଲେଶ୍ୱରୀ ପୀଠ ପାଦ ଦେଶରେ ୧.୯୪ କୋଟି ଟଙ୍କା ବ୍ୟୟ ଅଟକଳରେ ଦେବନ୍ଧ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଛି। ତାହା ମଧ୍ୟ ତୁରନ୍ତ ସମ୍ପୁର୍ଣ୍ଣ କରିବାକୁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories