ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨)ରେ ୨ ଲକ୍ଷ ୩ ହଜାର ୫୮୧ ଆସନ ଖାଲି ପଡ଼ିଛି। ମୋଟ ୫ ଲକ୍ଷ ୯୨ ହଜାର ୧୧ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ୩ ଲକ୍ଷ ୮୮ ହଜାର ୪୩୦ ଆସନରେ ନାମଲେଖା ହୋଇଛି। ବାକି ଖାଲିଥିବା ଆସନରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, +୨ କଳାରେ ୩ ଲକ୍ଷ ୩୫ ହଜାର ୩୧୪ ଆସନ ମଧ୍ୟରୁ ୮୬ ହଜାର ୧୨୬ ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୮୯ ହଜାର ୬୯୩ ଆସନରୁ ୮୧, ୮୫୦, ବାଣିଜ୍ୟରେ ୪୨,୯୧୨ ଆସନରୁ ୨୨ ହଜାର ୯୮ ଆସନ, ଉପଶାସ୍ତ୍ରୀରେ ୧୩ ହଜାର ୪୫୬ରୁ ୭ ହଜାର ୩୭୧ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୬୩୬ରୁ ୬ ହଜାର ୭୬ ଆସନ ପୂରଣ ହୋଇପାରିନି। ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୨୫ ତାରିଖ ଅପରାହ୍ଣ ୩ଟାରୁ ସାମସ ପୋର୍ଟାଲରେ ଅନଲାଇନ ଆବେଦନ ଆରମ୍ଭ ହୋଇ ୩୧ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୪ ତାରିଖ ଅପରାହ୍ଣ ୩ଟା ୩୦ରେ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ପ୍ରାର୍ଥୀ ସେପ୍ଟେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୭ ତାରିଖରେ ଅନଲାଇନ ସ୍ପଟ୍ ମେଧା ତାଲିକା ଓ ୱେଟିଂ ତାଲିକା ପ୍ରକାଶ ପାଇବ। ୧୮ ଏବଂ ୧୯ ତାରିଖରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ନାମଲେଖା ପାଇଁ ଆବେଦନ କରି ମନୋନୀତ ହୋଇନାହାନ୍ତି, ସେମାନେ ପୁନଃଆବେଦନ କରିପାରିବେ ବୋଲି ଜଣାପଡ଼ିଛି।
ଯୁକ୍ତ ଦୁଇରେ ୨ ଲକ୍ଷ ଆସନ ଫାଙ୍କା
Popular Categories



