www.samajalive.in
Saturday, December 6, 2025
15.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବାଙ୍କୀ ପ୍ରଶାସନର ପ୍ରସ୍ତୁତି ବୈଠକ

ବାଙ୍କୀ : ବାଙ୍କୀ ଉପଖଣ୍ଡସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଅଧ୍ୟକ୍ଷତା କରି ଏହି କରୋନା ମହାମାରୀ ସମୟରେ ସରକାରୀ ନିୟମାବଳୀ ଅନୁଯାୟୀ କିପରି ଗଣତନ୍ତ୍ର ଦିବସକୁ ସୂଚାରୁ ରୂପେ ପାଳନ କରାଯିବ ସେ ସଂପର୍କରେ ଆଲୋଚନା କରିଥିଲେ । ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଖଣ୍ଡ ସ୍ତରରେ ଥିବା ଶିକ୍ଷାନୁଷ୍ଠାନ ଏବଂ କଚେରୀ ପଡିଆ ଠାରେ ପ୍ୟାରେଡ୍ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ସକାଳ ୮.୪୫ ମିନିଟ୍‌ରେ ଜାତୀୟ ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାଙ୍କୀ ପୁଲିସ ତରଫରୁ ଜାତୀୟ ପତାକାକୁ ସମ୍ମାନ ଜଣାଇ ଗାର୍ଡ ଅଫ୍ ଅନର୍ ଦିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଡିଆକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରିବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଉତ୍ସବ ସ୍ଥଳକୁ ପ୍ରବେଶ ପାଇଁ ମାସ୍କ୍ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସାନିଟାଇଜ୍ କରିବା ପାଇଁ ଉପଜିଲ୍ଲାପାଳ ମତ ରଖିଥିଲେ । ସକାଳୁ ରାମଧୂନ୍ ପ୍ରଚାର ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ଅବସରରେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ପ୍ରଦାନ କରିଥିବା କରୋନା ଯୋଦ୍ଧା ଡାକ୍ତର ,ନର୍ସ, ଅଙ୍ଗନୱାର୍ଡ କର୍ମୀ, ଆଶା କର୍ମୀ ଏବଂ ସଫେଇ କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ବାଙ୍କୀ ଉପଖଣ୍ଡର ଚିକିତ୍ସାଳୟର ଡାକ୍ତର ଧୂଳେଶ୍ୱର ପ୍ରଧାନ, ବାଙ୍କୀ ବ୍ଲକ ବିଡ଼ିଓ ରତ୍ନାକର କାଣ୍ଡି, ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ,  ଓକିଲ ସଂଘ ସଂପାଦକ କୌଳାସ ମହାପାତ୍ର , ଆଇନଜୀବୀ ସନ୍ତୋଷ ରଣା, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର, ସାମ୍ବାଦିକ ବିଭୂପ୍ରସାଦ ସାମଲ, ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଗୌତମ ମିଶ୍ର, ଗୌରାଙ୍ଗ ବେହେରାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପଖଣ୍ଡ ସୂଚନା ଲୋକ ସଂପର୍କ ବିଭାଗର କର୍ମଚାରୀ କାଳୀଚରଣ ତ୍ରିପାଠୀ, ସୁଦର୍ଶନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories