www.samajalive.in
Saturday, December 6, 2025
23.1 C
Bhubaneswar

୪ର୍ଥ ଟେଷ୍ଟ: ମ୍ୟାଚ୍‌ ସହ ସିରିଜ ବିଜୟ ପାଇଁ ଭାରତକୁ ଦରକାର ୩୨୮ ରନ୍‌

ବ୍ରିସବେନ୍‌ରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତୀୟ ଖେଳାଳି ଏହି ବିଜୟ ଲକ୍ଷ୍ୟ ଅତିକ୍ରମ କଲେ ମ୍ୟାଚ ଜିତିବା ସହିତ ସିରିଜ୍‌ କବ୍‌ଜା କରିବେ। ୪ର୍ଥ ଦିନ ଖେଳ ସୁଦ୍ଧା ଟିମ ଇଣ୍ଡିଆ ବିନା କୌଣସି ଉଇକେଟ୍‌ ହରାଇ ୪ ରନ୍‌ ସଂଗ୍ରହ କରିନେଇଛି। ବର୍ଷା ଯୋଗୁ ଖେଳ ଜଳଦି ଶେଷ ହୋଇଛି।

ମଙ୍ଗଳବାର ମ୍ୟାଚର ଅନ୍ତିମ ଦିନ ଖେଳ ବାକି ରହିଛି। ଭାରତକୁ ମ୍ୟାଚ ହାତେଇବାକୁ ହେଲେ ୯୦ ଓଭରରେ ୩୨୪ ରନ୍‌ କରିବାକୁ ପଡ଼ିବ। ଦୁଇ ଓପନର ରୋହିତ ଶର୍ମା ଏବଂ ସୁବମନ ଗିଲ୍‌ ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୩୩୬​‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

- Advertisement -

୩୩ ରନ୍‌ର ଅଗ୍ରଣି ସହିତ ଘରୋଇ ଦଳ ୨ୟ ଇନିଂସରେ ୨୯୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପଳରେ ପ୍ରଥମ ଇନିଂସରେ ୩୩ ରନ୍‌ର ଅଗ୍ରଣି ସହିତ ମୋଟ ୩୨୭ ରନ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସରେ ଭାରତୀୟ ବୋଲର ପ୍ରଭାବୀ ପ୍ରଦର୍ଶନ କରିଥିଲେ। ମହମ୍ମଦ ସିରାଜ ୫ଟି ଏବଂ ସାର୍ଦୁଲ ଠାକୁର ୪ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ୫ମ ଦିନରେ ବର୍ଷା ବାଧା ନ ଦେଲେ ଖେଳ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories