www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଗଜପତି ଅତିରିକ୍ତ ଜିଲାପାଳଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ସଂଘର ଏକ ସ୍ୱତନ୍ତ୍ର ଅଧିବେଶନ ୟୁନିଟ-୩ ଖାରବେଳ ନଗର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଜପତିରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିବା ସ୍ୱର୍ଗତ କରୁଣାକର ରାଇକାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ଶୋକ ପ୍ରକାଶ କରାଯାଇଥିଲା। ସ୍ୱର୍ଗତ ରାଇକା ଜଣେ ଅତ୍ୟନ୍ତ ସରଳ, ବନ୍ଧୁବତ୍ସଳ, ଅମାୟିକ ବ୍ୟକ୍ତି ତଥା ଜଣେ ଉତ୍ତମ ପ୍ରଶାସକ ଥିଲେ ବୋଲି ଉପସଭାପତି ଉପସଭାପତି ବିଜୟ କୁମାର ସ୍ୱାଇଁ ପ୍ରକାଶ କରିଥିଲେ। ଏହି ଭୟାବହ ପରିସ୍ଥିତିରେ ସ୍ୱର୍ଗତ ରାଇକା ଜଣେ ପ୍ରକୃତ କୋଭିଡ୍‍ ଯୋଦ୍ଧା ଭାବେ କାର୍ଯ୍ୟକରି ଜୁଲାଇ ୨୧ରେ ମୃତ୍ୟୁବରଣ କରିଥିଲେ। ସ୍ୱର୍ଗତ ରାଇକାଙ୍କ ଦୁଃଖଦ ମୃତ୍ୟୁରେ ସଂଘର ସମସ୍ତ ସଭ୍ୟସଭ୍ୟା ତାଙ୍କର ଅମର ଆତ୍ମାର ସଦ୍‍ଗତି ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସାଙ୍ଗକୁ ନୀରବ ପ୍ରାର୍ଥନା କରିଥିଲେ। ସଂଘ ତରଫରୁ ତାଙ୍କର ଶୋକ ସନ୍ତପ୍ତ ପିରବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା।
ଉକ୍ତ ଅଧିବେଶନରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର, ଉପସଭାପତି ବିଜୟ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଏହି ସ୍ୱତନ୍ତ୍ର ଅଧିବେଶନ ସମ୍ବନ୍ଧରେ ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର ସୂଚନା ଦେଇଥିଲେ। ରାଜ୍ୟରେ କୋଭିଡ୍‍-୧୯ର ଭୟାବହ ପରିସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ। ସଂଘର ସମସ୍ତ ସଭ୍ୟ ଓ ସଭ୍ୟାମାନେ ଏଭଳି ଏକ ଦୁଃଖଦ ପରିସ୍ଥିତିରେ କୋଭିଡ୍‍ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବାରୁ ଧନ୍ୟବାଦ ଦେବା ସାଙ୍ଗକୁ କରୋନା ମୁକାବିଲା ପାଇଁ ଆହ୍ୱାନ ଦେଇଥିଲେ।
ପୁନଶ୍ଚ ସଂଘର ସଦସ୍ୟମାନେ କ୍ୟାଡର ପୁର୍ନବିନ୍ୟାସ ସମ୍ବନ୍ଧରେ ଆଲୋଚନା କରିବାକୁ ଉଭୟ ଉପସଭାପତି ଓ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ। ଏହି ପୁର୍ନବିନ୍ୟାସ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରଧୀନ ରହିଛି। ଏହାର କାର୍ଯ୍ୟକାରିତା ଦ୍ୱାରା ସଂଘର ସମସ୍ତ କର୍ମକର୍ତ୍ତା ଅନୁପ୍ରାଣିତ ହୋଇ ପରବର୍ତ୍ତୀ ସମୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ। ଏ ସମ୍ବନ୍ଧରେ ସେବା ସଂଘ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ୩୦ଟି ଜିଲାର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେମାନଙ୍କ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବାପାଇଁ ସ୍ଥିର କରାଯାଇଥିଲା।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories