ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଶଙ୍ଖ ଭବନରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିର ଶଙ୍ଖ ଦଳରେ ସାମିଲ ହୋଇଛନ୍ତି ଅଧିରାଜ। ଖଡ଼ିଆଳ ଓ ଭୋଡେନ ବ୍ଲକ ଚେୟାରମ୍ୟାନ ବି ବିଜେଡିରେ ଯୋଗ ଦେଇଛନ୍ତି। ସିନାପାଲି ବ୍ଲକ ଚେୟାରମ୍ୟାନ ମଧ୍ୟ ବିଜେଡିରେ ମିଶିଛନ୍ତି। ଦଳରେ ସାମିଲ ହେବା ପରେ ଅଧିରାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ଆଗାମି ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୂଚାର ଭାବେ ତୁଲାଇବି ବୋଲି କହିଛନ୍ତି।
Popular Categories



