www.samajalive.in
Saturday, December 6, 2025
23.1 C
Bhubaneswar

ରାଉରକେଲାର ପରିଚୟ ସହିତ ସୁପର ସ୍ପେଶାଲିଟି ହସ୍ପିଟାଲ ଯୋଡି ହୋଇ ଯାଇଛି : ରାଷ୍ଟ୍ରପତି

ରାଉରକେଲା :  ସୁଶାସନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଶିକ୍ଷା, ଏବଂ  ସ୍ୱାସ୍ଥ୍ୟସେବା ।ମାନବ ସଭ୍ୟତାର ବିକାଶରେ ଏହି ଦୁଇଟିର ସର୍ବାଧିକ ଯୋଗଦାନ ରହିଛି ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ।ରାଉରକେଲା ଇସ୍ପାତ କାରଖାନାର ‘ସୁପର ସ୍ପେଶାଲିଟି ହସ୍ପିଟାଲ’ ଉଦଘାଟନ ଅବସରରେ ଭାରତର ରାଷ୍ଟ୍ରପତି ନିଜ ସମ୍ବୋଧନରେ ଏହା କହିଛନ୍ତି ।ପ୍ରାୟ ଛଅ ବର୍ଷ ପୂର୍ବେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର- ସ୍ପେଶାଲିଟି ହସ୍ପିଟାଲ ଭାବେ ବିକଶିତ କରିବାର ଯୋଜନା କରିଥିଲେ ।ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପରିଚାଳିତ ଏହି ହସ୍ପାତାଳ ଦ୍ୱାରା ନା କେବଳ ଓଡ଼ିଶା, ବରଂ ପଡୋଶୀ ରାଜ୍ୟ ଝାଡଖଣ୍ଡ ଏବଂ ଛତିଶଗଡ଼ର ​ଲୋକ  ଚିକିତ୍ସା ସମ୍ବନ୍ଧିତ ଆବଶ୍ୟକତା ପୂରଣ କରିବାରେ ମଧ୍ୟ ସହାୟତା ମିଳିବ । ରାଉରକେଲା ସଂପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି, ଯେ ରାଉରକେଲାର ପରିଚୟ, ଆରଏସପି, ଏନଆଇଟି ଏବଂ ବିଜୁପଟ୍ଟନାୟକ ପ୍ରୌଦ୍ୟୋଗିକି ବିଶ୍ୱବିଦ୍ୟାଳୟ, ବିପିୟୁଟି-ମାଧ୍ୟମରେ ଜଣାଯାଉଥିଲା । ଏବେ ଏହି ପ୍ରୟାସରେ ସ୍ୱାସ୍ଥ୍ୟସେବା ସହିତ ସୁପର ସ୍ପେଶାଲିଟି ହସ୍ପିଟାଲ ଯୋଡି ହୋଇ ଯାଇଛି ।

ରାଷ୍ଟ୍ରପତି କହିଛନ୍ତି,  ଓଡ଼ିଶାର ମାଟି, ନିଜର ସମୃଦ୍ଧ ପରମ୍ପରା ଏବଂ ଗୌରବଶାଳୀ ଇତିହାସ ପାଇଁ ପ୍ରସିଦ୍ଧ । ସମ୍ରାଟ ଅଶୋକଙ୍କୁ ଏହି ମାଟିରେ ଅହିଂସାର ଗୁରୁତ୍ୱ ଉପଲବ୍ଧି ହୋଇଥିଲା । ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସ ଏବଂ ମହାନ ବିଭୂତିମାନଙ୍କର ଗାଥା, ସମସ୍ତ ଭାରତବାସୀଙ୍କ ପାଇଁ ହେଉଛି ପ୍ରେରଣାର ସ୍ରୋତ । ରାଉରକେଲା ଇସ୍ପାତ କାରଖାନା-ଆରଏସପି, ନିଜ ଶ୍ରମିକମାନଙ୍କୁ, ଇଂଜିନିୟର ମାନଙ୍କୁ ତଥା ସେମାନଙ୍କର ପରିବାରର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ରହିଛି । ଆରଏପସି ଦ୍ୱାରା ନା କେବଳ ଔଦ୍ୟୋଗିକ କାର୍ଯ୍ୟକଳାପ ବରଂ ସ୍ୱାସ୍ଥ୍ୟସେବା, ଶିକ୍ଷା, ସଂସ୍କୃତି, କ୍ରୀଡା ଆଦି କ୍ଷେତ୍ରରେ ମଧ୍ୟ ପରିବର୍ତନ ଆଣିବାରେ ଯଥାସାଧ୍ୟ ପ୍ରୟାସ କରାଯାଇଛି ।

- Advertisement -

ବିଶ୍ବ ହକି ​କ୍ଷେତ୍ରକୁ ଓଡ଼ିଶାର ଅବଦାନ ସଂପର୍କରେ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି, ଓଡ଼ିଶା ଭାରତକୁ ଅନେକ ହକି ଖେଳାଳୀ ଦେଇଛି । ଏଠାକାର ହକି ଖେଳାଳୀମାନେ ଅଲମ୍ପିକରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ରିଓ ଅଲମ୍ପିକ ୨୦୧୬ର ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪ଜଣ ଖେଳାଳୀ ସାମିଲ ଥିଲେ । ଓଡ଼ିଶାରେ ଅନ୍ତରାଷ୍ଟ୍ରୀୟ ସ୍ତରର ତିନୋଟି ଆୟୋଜନ ୨୦୧୪, ୨୦୧୭ ଏବଂ ୨୦୧୮ରେ ହୋଇ ସାରିଛି । ଓଡ଼ିଶା ହେଉଛି ଏଭଳି ପ୍ରଥମ ପ୍ରଦେଶ ଯିଏକି ହକି ଦଳର ପ୍ରାୟୋଜକ ରହିଆସିଛି। ସମ୍ଭବତଃ ଏଥିପାଇଁ ୨୦୨୩ର ପୁରୁଷ ଏଫଆଇଏଚ ହକି ବିଶ୍ୱ କପର ଆୟୋଜନ ପାଇଁ ଓଡ଼ିଶାକୁ ମନୋନୀତ କରାଯାଇଛି ।  ଖୁବ ଶୀଘ୍ର ହିଁ ରାଉରକେଲାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ହେବ ।  ଓଡ଼ିଶାର ଖେଳାଳୀ ହକିରେ ନିଜ ପ୍ରଦର୍ଶନକୁ ନୂତନ ଶୀଖରକୁ ନେଇଯିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories