www.samajalive.in
Saturday, December 6, 2025
15.1 C
Bhubaneswar

୨୦୧୮-୧୯ରେ ଭାରତ ୭.୩ % ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି : ଏଡଇବି

ନୂଆଦିଲ୍ଲୀ : ଭାରତ ଏସିଆରେ ଦ୍ରୁତ ବିକାଶୋନ୍ମୁଖୀ ରାଷ୍ଟ୍ରଭାବେ ନିଜର ସ୍ଥିତି ବଜାୟ ରଖିଛି ଓ ଚଳିତ ଆର୍ଥିକ ବର୍ଷରେ  ୭.୩ % ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ସଠିକ୍‍ ଦିଗରେ ଅଗ୍ରସର ହେଉଛି  ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ(ଏଡିବି) କହିଛି । ଏସୀୟ ଉନ୍ନୟନ ବ୍ୟାଙ୍କ ଗୁରୁବାର ଏହାର ନୂଆ ରିପୋର୍ଟରେ କହିଛି, ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୧୯ରେ ଆହୁରି ଅଧିକ ହୋଇ ଶତକଡ଼ା ୭.୬ ଭାଗ ହେବ।

ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଟିକସରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ବୃଦ୍ଧି ପାଇବ ।  ରିପୋର୍ଟରେ କୁହାଯାଇଛି, ଭାରତ ନେତୃତ୍ୱରେ ଦକ୍ଷିଣ ଏସିଆ ଦ୍ରୁତ ବିକାଶୋନ୍ମୁଖୀ ଅଞ୍ଚଳ ଭାବେ ଅଗ୍ରସର ହେଉଛି। ଏସୀୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସୱାଦା କହିଛନ୍ତି, ଆମେରିକା ଓ ଏହାର ବାଣିଜ୍ୟ ଭାଗିଦାରମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ଓ ସୁରକ୍ଷାବାଦୀ ବାଣିଜ୍ୟ ନୀତି ସତ୍ତ୍ବେ ବିକାଶମୁଖୀ ଏସୀୟ ଅଞ୍ଚଳରେ ବାଣିଜ୍ୟ ବ୍ୟବସାୟରେ କୌଣସି ହ୍ରାସ ଘଟି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories