www.samajalive.in
Saturday, December 6, 2025
15.1 C
Bhubaneswar

୬ ମାସରେ ପିଲାଙ୍କ ପାଇଁ ଟିକା, ୩ବର୍ଷରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ ନୋଭାଭାକ୍ସ କୋଭିଡ-୧୯

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଣିକି ୩ରୁ ଅଧିକ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା ନୋଭାଭାକ୍ସ କୋଭିଡ-୧୯। ଏବେ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ୬ ମାସ ଭିତରେ ପିଲାଙ୍କୁ ଟିକା ଦିଆଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।
ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଆସିବ କରୋନା ଟିକା। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ଭିତରେ ଆସିବ କରୋନା ଟିକା। ପିଲାଙ୍କ ଟିକା ନେଇ ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲାଙ୍କ ସୂଚନା ଦେଇଛନ୍ତି।
ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ-୧୯ ପ୍ରସ୍ତୁତ କରାଯିବ ଏବଂ ଏହାକୁ ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ। ବର୍ତ୍ତମାନ ଏହା ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୩ରୁ ଅଧିକ ବୟସ ପିଲାଙ୍କ ଲାଗି ଏହା ବରଦାନ ସଦୃଶ ହେବ।

ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇଦେଇଛନ୍ତି। ବିଶ୍ୱର ଏହି ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସଂପ୍ରତି ମାସକୁ ୭୦ ନିୟୁତ ଟିକା ଉତ୍ପାଦନ କରୁଥିବାବେଳେ ତାହା ମାସକୁ ୧୦୦ ନିୟୁତ ଡୋଜକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ପାଣ୍ଠି ଲୋଡିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ୧୮ ବର୍ଷ ଏବଂ ତାହାଠାରୁ ଅଧିକ ବୟସର ସମସ୍ତଙ୍କ ପାଇଁ କୋଭିଡ ଟିକାକରଣ ଉନ୍ମୁକ୍ତ ରଖିଛନ୍ତି। ଏବେ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତ ହେଉଥିବାରୁ ବିପୁଳ ଟିକା ଆବଶ୍ୟକ ପଡିବ। ସେରମ ଇନଷ୍ଟିଚ୍ୟୁଟର ଉତ୍ପାଦନ କ୍ଷମତା ବୃଦ୍ଧିଘଟିଲେ ସେହି ଆବଶ୍ୟକତାକୁ କିଛିଅଂଶରେ ପୂରଣ କରାଯାଇପାରିବ ବୋଲି ସରକାର ମନେକରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories