ନୂଆଦିଲ୍ଲୀ: ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର ଅଧୀନ ୧୩୦ ନମ୍ବର ଜାତୀୟ ରାଜପଥ ବଡ଼କୁମାରୀ-କାର୍କି ସେକ୍ସନର ଓଡ଼ିଶା ଅନ୍ତର୍ଗତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପ ହାତେଇଛି ଆଦାନୀ ଗ୍ରୁପ। ଆଦାନୀ ରୋଡ୍ ଟ୍ରାନ୍ସପୋର୍ଟ ଲିମିଟେଡ (ଏଆରଟିଏଲ) ଏହି ରାସ୍ତା ନିର୍ମାଣ କରିବ। ଏହି ପ୍ରକଳ୍ପର ମୂଲ୍ୟ ୧୧୬୯.୧୦ କୋଟି ଟଙ୍କା ରହିଛି। ଏଥିପାଇଁ ଏଆରଟିଏଲ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ)ଠାରୁ ଲେଟର ଅଫ ଆୱାର୍ଡ (ଏଲଓଏ) ଗ୍ରହଣ କରିଛି।
ଏହି ରାସ୍ତା ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପକୁ ମିଶାଇ ଆଦାନୀ ଗ୍ରୁପ ଏନଏଚଏଆଇର ମୋଟ ୧୦ ପ୍ରକଳ୍ପ କାର୍ଯ୍ୟ କରୁଛି।



