www.samajalive.in
Saturday, December 6, 2025
15.1 C
Bhubaneswar

ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

ନୂଆଦିଲ୍ଲୀ: ଗୌତମ ଆଦାନି ଆଉ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ନାହାନ୍ତି । ତାଙ୍କ ଗ୍ରୁପ କମ୍ପାନୀର ଷ୍ଟକ ମୂଲ୍ୟ ହ୍ରାସ ପାଇବା ପରେ ସେ ଏହି ତାଲିକାରେ ତଳକୁ ଖସିଯାଇଛନ୍ତି । ୫୮ ବର୍ଷ ବୟସ୍କ ଗୌତମ ଆଦାନିଙ୍କର ସମ୍ପତ୍ତିର ମୋଟ ମୂଲ୍ୟ ସଂପ୍ରତି ୫୩.୫ ବିଲିଅନ ଡଲାର ରହିଛି, ଯାହା ଗତ ସପ୍ତାହ ତୁଳନାରେ ୧୩.୨ ବିଲିଅନ ଡଲାର ହ୍ରାସପାଇଛି । ତାଙ୍କ ବଦଳରେ ଏସିଆର ଧନୀ ତାଲିକାର ଦ୍ୱିତୀୟ ସ୍ଥାନ ନେଇଛନ୍ତି ଚୀନର ପ୍ୟାକେଜଡ ପାଣି ବ୍ୟବସାୟୀ ଝୋଙ୍ଗ ଶାନଶାନ । ଶାନଶାନଙ୍କ ସମ୍ପତ୍ତି ମୂଲ୍ୟ ଆଦାନିଙ୍କ ଠାରୁ ୧.୮ ବିଲିଅନ ଡଲାର ଅଧିକ ବୋଲି ବ୍ଲୁମବର୍ଗ ପକ୍ଷରୁ କୁହାଯାଇଛି । ମୁକେଶ ଅମ୍ବାନି ୮୪.୫ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ ହେବା ସହିତ ତାଲିକାର ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ଗତ ଗୁରୁବାର ଦିନ ଆଦାନିଙ୍କ ଗ୍ରୁପ୍‍ କମ୍ପାନୀର ମୂଲ୍ୟ ଷ୍ଟକ ବଜାରରେ ୧.୫୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିବା ଜଣାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories