ଗୋଟିଏ ସପ୍ତାହରେ ୮ ମୃତ, ରୋମାନିଆରେ ବଢୁଛି ଶ୍ୱାସକ୍ରିୟା ଜନିତ ସଂକ୍ରମଣ

ଡେସ୍କ: ଚଳିତ ମାସ ଜାନୁଆରୀ ୨୦ରୁ ୨୬ ମଧ୍ୟରେ ରୋମାନିଆରେ ୧ ଲକ୍ଷ ୩୩ ହଜାର ୬୩୫ ଜଣ ତୀବ୍ର ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପୀଡିତ ହୋଇଛନ୍ତି। ୮ ଜଣଙ୍କର ଫ୍ଲୁ ଜନିତ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ଅନୁଯାୟୀ, ପୂର୍ବ ସପ୍ତାହ ତୁଳନାରେ ଏହା ୬.୫ ପ୍ରତିଶତ ବୃଦ୍ଧି ପାଇ ଚଳିତ ଋତୁରେ ମୋଟ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। କ୍ଲିନିକାଲ ଇନଫ୍ଲୁଏଞ୍ଜା ସଂକ୍ରମଣ ମଧ୍ୟ ୧୦ ହଜାର ୯୫୦କୁ ବୃଦ୍ଧି ପାଇଛି, ଯାହା ପୂର୍ବ ସପ୍ତାହରେ ୬ ହଜାର ୯୯୪ ଥିଲା। ବଢୁଥିବା ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ରୋମାନିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପିଡେମିଓଲୋଜିକାଲ ଆଲର୍ଟ ଘୋଷଣା କରିଛି, ଯେଉଁଥିରେ ବିଦ୍ୟାଳୟଗୁଡିକରେ ପ୍ରତିଷେଧକ ପଦକ୍ଷେପ ଏବଂ ଟିକାକରଣ ପ୍ରୟାସକୁ ସୁଦୃଢ଼ କରିବାକୁ କୁହାଯାଇଛି।

Comments are closed.