www.samajalive.in
Sunday, December 7, 2025
26.1 C
Bhubaneswar

ଆମ୍ବୁଲାନ୍ସ ମିଳିଲାନି; ପ୍ରସବ ପରେ ମରାଠୀ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବଇ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିପାରୁ ନ ଥିବାରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି। କିନ୍ତୁ ମହାରାଷ୍ଟ୍ରରେ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ଏବେ ରାଜ୍ୟର ସ୍ବାସ୍ଥ୍ୟସେବାର ବିଚିତ୍ର ବ୍ୟବସ୍ଥା ପଦାରେ ପଡ଼ିଛି। ପ୍ରାଣ ହରାଇଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ୨୫ ବର୍ଷୀୟା ପୂଜା ଜୁଞ୍ଜାର। ସେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ରବିବାର ହିଙ୍ଗୋଳି ଜିଲାରେ ଏଭଳି ଦୁଃଖଦ ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଠିକ ସମୟରେ ଯଦି ଗୋଟିଏ ଆମ୍ବୁଲାନ୍ସ ମିଳିଯାଇଥାନ୍ତା, ତେବେ ଉଭୟ ମା’ ଓ ନବଜାତର ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ପୂଜାଙ୍କ ସମ୍ପର୍କୀୟ କହିଛନ୍ତି। ରବିବାର ରାତି ପ୍ରାୟ ୨ଟାରେ ପୂଜାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଗୋରେଗାଓଁରେ ଥିବା ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସନ୍ତାନ ପ୍ରସବ ପରେ ପୂଜାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଠାରୁ ହସ୍ପିଟାଲର ଦୂରତା ୪୦ କିଲୋମିଟର ହୋଇଥିବାବେଳେ ପୂଜାଙ୍କ ପରିବାର ଲୋକଙ୍କୁ ଗୋଟିଏ ଆମ୍ବୁଲାନ୍ସ ମିଳି ନ ଥିଲା। ଫଳରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପୂଜା ଏବଂ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories