www.samajalive.in
Friday, December 12, 2025
26.1 C
Bhubaneswar

ସକ୍ରିୟ ସଂକ୍ରମଣରେ ବିଶ୍ଵର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ; ୫ ଦିନରେ ୪୦ ହଜାର ନୂଆ ସଂକ୍ରମିତ, ୧ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେବଳ ଗତ ୫ ଦିନ ମଧ୍ୟରେ ଦେଶରେ ୪୦ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ରେକର୍ଡ଼ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୧୦୬୭ରେ ପହଞ୍ଚିଛି । ସରକାରଙ୍କ ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ହାର ସାରା ବିଶ୍ଵରେ ସର୍ବନିମ୍ନ ।  ତେବେ ମୃତକଙ୍କ ମଧ୍ୟରୁ ୭୩% ପୁରୁଣା ରୋଗ ଯୋଗୁଁ ମୃତ୍ୟୁବରଣ କରିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ଲଭ୍ ଅଗ୍ରୱାଲ କହିଛନ୍ତି । ସେହିପରି ଆରୋଗ୍ୟହାର ୪୮କୁ ବୃଦ୍ଧି ପାଇଛି ।

ଏହା ସତ୍ବେ  ସଂକ୍ରମଣ ଦୃଷ୍ଟିରୁ ସାରା ବିଶ୍ଵରେ ଭାରତ ୭ମ ସ୍ଥାନରେ ଓ ସକ୍ରିୟ ସଂକ୍ରମଣ ଦୃଷ୍ଟିରୁ ୪ର୍ଥ ସ୍ଥାନରେ ରହିଥିବା ରିପୋର୍ଟ ମିଳିଛି । କରୋନା​‌ ଯୋଗୁଁ ସାରା ବିଶ୍ଵରେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ଏହି ଦେଶରେ ୧୮ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ୬ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୨ ଲକ୍ଷ ବୋଲି ରିପୋର୍ଟ ମିଳିଛି । ଅନୁରୂପ ଭାବରେ ସଂକ୍ରମଣ ଦୃଷ୍ଟିରୁ ଲାଟିନ ଆମେରିକୀୟ ଦେଶ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ଅଛି । ଏହି ଦେଶରେ  ୫୨୯୪୦୫ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ତୃତୀୟରେ ରୁଷ(୪୧୪୮୭୮), ଚତୁର୍ଥରେ ସ୍ପେନ(୨୮୬୭୧୮), ପଞ୍ଚମରେ ବ୍ରିଟେନ୍(୨୭୬୨୩୨), ଷଷ୍ଠରେ ଇଟାଲୀ(୨୩୩୧୯୭) ରହିଛନ୍ତି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୮ ହଜାରରେ ପହଞ୍ଚିଛି ଏବଂ ସଂକ୍ରମଣ କ୍ଷେତ୍ରରେ ଭାରତ ସାରା ବିଶ୍ଵରେ ସପ୍ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ସକ୍ରିୟ ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ଵରେ ୪ର୍ଥ । ଆମେରିକା, ରୁଷ, ବ୍ରାଜିଲ ପରେ ଭାରତରେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବିଶ୍ଵରେ ୪ର୍ଥ ସ୍ଥାନରେ ରହିଛି ।

- Advertisement -

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ, ଗତ ୫ ଦିନରେ ୪୦,୩୭୩ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହି ଅବଧି ମଧ୍ୟରେ ୧୦୬୭ ଲୋକ ମୃତ୍ୟୁବରଣ କରିଛନ୍ତି ।

  1. ୨୯ ମଇ – ୭୪୬୬ ସଂକ୍ରମିତ ୧୭୫ ମୃତ
  2. ୩୦ ମଇ –  ୭୯୬୪ ସଂକ୍ରମିତ ୨୬୫ ମୃତ
  3. ୩୧ ମଇ –  ୮୩୮୦ ସଂକ୍ରମିତ ୧୯୩ ମୃତ
  4. ୦୧ ଜୁନ – ୮୩୯୨ ସଂକ୍ରମିତ ୨୩୦ ମୃତ
  5. ୦୨ ଜୁନ – ୮୧୭୧ ସଂକ୍ରମିତ ୨୦୪ ମୃତ

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories