କରୋନା ରୋଗୀଙ୍କୁ ଜରୁରୀ ସ୍ଥିତିରେ ଦିଆଯିବ ଇବୋଲୋ ଔଷଧ ରେମଡ଼େସିିଭିର

ବେଙ୍ଗାଲୁରୁ: କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଜରୁରୀ ସ୍ଥିତିରେ ଦିଆଯାଇ ପାରିବ ଇବୋଲୋ ନିମନ୍ତେ ବ୍ୟବହାର କରାଯାଉଥିବା ଔଷଦ ରେମଡ଼େସିଭିର । କେନ୍ଦ୍ର ସରକାର ଏହାକୁ ବ୍ୟବହାର ନିମନ୍ତେ ବିଧିବଦ୍ଧ ଅନୁମତି ଦେଇଛନ୍ତି । ଜୁନ୍ ୧ ତାରିଖରୁ ଏହାକୁ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇ ପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଏହି ଔଷଧ ଇବୋଲା ରୋଗୀଙ୍କ ଚିକିତ୍ସା ପାଇଁ ପୂର୍ବରୁ ବ୍ୟବହାର ହେଉଥିଲା, ମାତ୍ର ଏବେ ତାହା କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି । ପ୍ରଥମେ ଆମେରିକା ଏହି ଔଷଧକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରି ସଫଳତା ପାଇଥିବା ଦାବି କରିଥିଲା ।  

ଏ ସମ୍ପର୍କରେ ଔଷଧ ପସ୍ତୁତ କରୁଥିବା କମ୍ପାନୀ ଟ୍ରାଏଲ ଆରମ୍ଭ କରିଛି । ତିନି ପର୍ଯ୍ୟାୟର ରୋଗୀଙ୍କଠାରେ ଏହାର ପରୀକ୍ଷଣ କରାଯାଇଛି ଏବଂ ସାଧାରଣ ପ୍ରକ୍ରିୟାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଅପେକ୍ଷା ଇବୋଲୋ ଔଷଧରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ସୁସ୍ଥ ହାର ତୀବ୍ର ବୋଲି କମ୍ପାନୀ ଦାବି କରିଛି ।

Comments are closed.