www.samajalive.in
Sunday, December 14, 2025
18.1 C
Bhubaneswar

ରାଜ୍ୟସଭାରେ କୋଟିପତିଙ୍କ ମଧ୍ୟରେ ଗରିବ ଅଚ୍ୟୁତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଖାଲି ପଡ଼ିଥିବା ୬୩ଟି ଆସନରେ ବିଭିନ୍ନ ଦଳ ପକ୍ଷରୁ ଦିଆଯାଇ ଥିବା ପ୍ରାର୍ଥୀଙ୍କୁ ଅନୁଧ୍ୟାନ କଲେ ଚଳିତ ଥର ରାଜ୍ୟ ସଭା କୋଟିପତିଙ୍କ ମେଳି କହିଲେ ଭୁଲ ହେବ ନାହିଁ। ତେବେ କୋଟିପତିଙ୍କ ଏହି ମେଳିରେ ବିଜେଡିର ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସବୁଠାରୁ ଗରିବ ପ୍ରାର୍ଥୀ। ଯେତେବେଳେ ଜେଡିୟୁର ମହେନ୍ଦ୍ର ପ୍ରସାଦଙ୍କ ମୋଟ୍‌ ସମ୍ପତ୍ତି ୪.୦୭୮କୋଟି ଟଙ୍କା ଆକଳନ କରାଯାଇଛି, ଅଚ୍ୟୁତଙ୍କ ମୋଟ୍‌ ସମ୍ପତ୍ତି ମାତ୍ର ୪ଲକ୍ଷ ବୋଲି ଦର୍ଶାଯାଇଛି। ସେହିପରି ଅଚ୍ୟୁତଙ୍କ ପରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମୀର ଓରାଙ୍ଗଙ୍କ ମୋଟ୍‌ ସମ୍ପତ୍ତି ୧୮ଲକ୍ଷ ଦର୍ଶାଯାଇଛି।
ଅବଶ୍ୟ କୋଟିପତିଙ୍କ ତାଲିକାରେ ପୂର୍ବରୁ ରାଜ୍ୟସଭାରେ ଜଣେଠାରୁ ଆଉ ଜଣେ ଧନୀ ରହିଛନ୍ତି। ସମାଜବାଦୀ ପାର୍ଟିରୁ ନାମାଙ୍କନ ଦାଖଲ କରିଥିବା ଜୟା ବଚ୍ଚନଙ୍କ ମୋଟ୍‌ ସମ୍ପତ୍ତି ୧,୦୦୧କୋଟିରେ ପହଞ୍ଚିଛି। ସେହିପରି ଜନତା ଦଳ ସେକୁଲାର ପ୍ରାର୍ଥୀ ବି. ଏମ ଫାରୁକଙ୍କ ମୋଟ୍‌ ସମ୍ପତ୍ତି ୭୬୬କୋଟି ପଞ୍ଜିକୃତ ହୋଇଛି। ସେହିପରି କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘବୀଙ୍କ ମୋଟ୍‌ ସମ୍ପତ୍ତି ୬୪୯କୋଟି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ରାଜ୍ୟସଭାରେ କୋଟିପତିଙ୍କ ତାଲିକାକୁ ତର୍ଜମା କଲେ ଜେଡିୟୁ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିର ସମସ୍ତ ରାଜ୍ୟସଭା ପ୍ରାର୍ଥୀ କୋଟିପତି। ବିଜେପିର ୨୯ରି ୨୬ଜଣ କୋଟିପତି ହୋଇଥିବାବେଳେ କଂଗ୍ରେସରେ ୧୧ରୁ ୧୦ କୋଟିପତି। ସେହିପରି ତୃଣମୂଳର ୪ ପ୍ରାର୍ଥୀରୁ ୩ କୋଟିପତି ହୋଇଥିବାବେଳେ ଟିଆରଏସ୍‌ ଓ ଜେଡିୟୁର ସମସ୍ତ ପ୍ରାର୍ଥୀ କୋଟିପତି ଅଟନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories