www.samajalive.in
Saturday, December 6, 2025
16.1 C
Bhubaneswar

କମ୍‍ ସୁଧରେ ଫେସବୁକ୍ ଦେଉଛି ୫୦ ଲକ୍ଷ ଲୋନ୍

ନୂଆଦିଲ୍ଲୀ: ଏଣିକି ଫେସବୁକ୍ ଦେବ ଲୋନ୍  । ଆପଣ ଫେସବୁକରୁ ଲୋନ ନେଇ କିଛି ବ୍ୟବସାୟ କରିପାରିବେ  । କାରଣ ଫେସବୁକ୍ ପରି ଏକ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ତାର ଗ୍ରାହକ ମାନଙ୍କ ପାଇଁ ଏକ ସ୍ମଲ ବିଜନେସ ପ୍ଲାନ ଆରମ୍ଭ କରୁଛି  । ଯାହାଦ୍ୱରା ଆପଣ ଗୋଟିଏ ନୂଆକରି ବ୍ୟବସାୟ ଆରମ୍ଭ କରିବା ସହ ପୁରୁଣା ବ୍ୟବସାୟକୁ ବଢ଼େଇ ପାରିବେ । ଆଉ ଆପଣଙ୍କୁ ଫେସବୁକ୍ ଲୋନ ଆକାରରେ ଦେବ ୫୦ ଲକ୍ଷ ଟଙ୍କା  ।

ଯଦି ଆପଣ କୌଣସି ଏକ ସ୍ମଲ୍ ବିଜନେସ୍ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ଫେସବୁକ୍ ମାଧ୍ୟମରେ ଆପଣଙ୍କ ବ୍ୟବସାୟକୁ ବଢ଼ାଇପାରିବେ । କେବଳ ଆପଣ ବିଜ୍ଞାପନ ଜରିଆରେ ନୁହେଁ ବରଂ ଏବେ ଫେସବୁକ୍ ଆପଣଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେବ । ସବୁଠାରୁ ବଡ଼କଥା ହେଉଛି ଫେସବୁକ୍ ଏହି ଲୋନ ଦେବା ସମୟରେ ଆପଣଙ୍କ ଠାରୁ କୌଣସି ଜିନିଷର ବନ୍ଧକ ରଖିବ ନାହିଁ  । ଆଉ ମହିଳା ବ୍ୟବସାୟୀଙ୍କ ପାଇଁ ୦.୨% କମ୍‍ ସୁଧରେ ଲୋନ ଦେବ  ।

- Advertisement -

ଏହି ଲୋନ୍ ବ୍ୟବସ୍ଥାକୁ ଦେଶରେ ୩୦୦ରୁ ଅଧିକ ସହରରେ ଉପଲବ୍ଧ କରାଯାଉଛି । ପ୍ରଥମ ପର‌୍ୟ୍ୟାୟରେ ୨ଶହ ସହରରେ ଏହି ସେବା ଉପଲବ୍ଧ କରାଯାଇଥିଲା  । ପରେ ଏହାକୁ ୩୨୯ଟି ସହରରେ ପ୍ରଦାନ କରୁଛି  । ଫେସବୁକର ଏହି ସୁବିଧା ଭାରତର ବହୁ ଛୋଟଛୋଟ ବ୍ୟବସାୟୀ ନେଉଛନ୍ତି । ଦିନକୁ ଦିନ ଫେସବୁକର ଲୋକପ୍ରିୟତା ବଢ଼ୁଥିବାରୁ ଲୋକଙ୍କ କାମକୁ ସହଜ କରିବା ପାଇଁ ଫେସବୁକ୍ ଏପରି ପ୍ରୟାସ କରୁଛି  । ଏହି ଋଣ ପାଇଁ ଫେସବୁକ ଦୁଇଟି ସରଳ ସର୍ତ୍ତ ରଖିଛି । ପ୍ରଥମଟି ହେଉଛି ଏଥି ପାଇଁ ଆବେଦନ କରୁଥିବା ବ୍ୟକ୍ତି ଭାରତୀୟ ହୋଇଥିବା ଆବଶ୍ୟକ  । ଏବଂ ତାଙ୍କ ବ୍ୟବସାୟ ଭାରତୀୟ ସହରରେ ହେବା ଉଚିତ୍ । ଦ୍ୱିତୀୟ ସର୍ତ୍ତ ହେଉଛି ଗତ ୬ ମାସ ଆପଣ ମେଟା କିମ୍ବା ଫେସବୁକ୍ ସହିତ ଜଡିତ ରହିଥିବା ଦରକାର  । ତାହା ସହ ବ୍ୟବସାୟ ପାଇଁ ବିଜ୍ଞାପନ ଦେଉଥିବା ନିହାତି ଆବଶ୍ୟକ । ଏହି ଦୁଇଟି ସର୍ତ୍ତ ଆପଣ ପୂରଣ କରିପାରିଲେ ଆପଣ ଫେସବୁକରୁ ଲୋନ ନେଇପାରିବେ  । ତେବେ ଆସନ୍ତୁ ଜାଣିବା କିପରି ଆବେଦନ କରିବେ  ।

ଫେସବୁକ୍ ଲୋନ୍ ଦେବା ପୂର୍ବରୁ ଏଥିପାଇଁ ଆପଣଙ୍କୁ ଏକ  ଫର୍ମ ପୂରଣ କରିବାକୁ ପଡିବ  । ଫେସବୁକ୍ ସ୍ମଲ୍ ବିଜନେସ୍ ଲୋନ୍ସ ଇନିସିଏଟିଭର ପେଜକୁ ଯାଇ ଆପଣ ଅନଲାଇନରେ ଫର୍ମ ପୂରଣ କରିବେ । ଯଦି ଆପଣଙ୍କ ଲୋନ୍ ମଞ୍ଜୁର ହେଉଛି ତାହେଲେ ତିନି ଦିନ ଭିତରେ ଟଙ୍କା ଆପଣଙ୍କୁ ମିଳିଯିବ । ମଧ୍ୟ, ଏହି ଋଣ ପାଇଁ ସୁଧ ହାର ପୂର୍ବରୁ ସ୍ଥିର ହୋଇସାରିଛି, ଯାହାକି ବାର୍ଷିକ ୧୭ ରୁ ୨୦ ପ୍ରତିଶତ ମଧ୍ୟରେ ରହିବ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories