ଫୁଲବାଣୀ : ଫୁଲବାଣୀର କୋଟଗଡ ଥାନା କୁଟିବାଲି ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ଭ୍ୟାନରେ ଯାତ୍ରୀମାନେ ଯାଉଥିବା ସମୟରେ ଗଛରେ ଭ୍ୟାନ ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। କୋଟଗଡରୁ ଟିଆମାହା ଯିବା ବାଟରେ କୋଟଗଡ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ , ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଥିଲା।
Popular Categories



