ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବୟସରେ ଚମକିବ ଆପଣଙ୍କ ଭାଗ୍ୟ
ଅନେକ ବ୍ୟକ୍ତି ବିଶେଷ ଜ୍ୟୋତିଷ ଶାସ୍ତ୍ର ,ହସ୍ତରେଖା ଭଳି ବିଭିନ୍ନ ମାଧ୍ୟମରେ ନିଜ ଭାଗ୍ୟ ବିଷୟରେ ଜାଣିବାକୁ ଇଚ୍ଛା କରିଥାଆନ୍ତି । କେଉଁ ବୟସରେ କିମ୍ବା କେଉଁ ସମୟରେ ଜୀବନରେ ଥିବା ସମସ୍ୟା ଦୂର ହେବ, ଭାଗ୍ୟରେ ସୁପରିବର୍ତ୍ତନ ହେବ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଦି । ପ୍ରତ୍ୟେକ ଏସବୁ ଜାଣିବାକୁ ସର୍ବଦା ଆଗ୍ରହୀ ହୋଇଥାଆନ୍ତି । ଜାଣନ୍ତୁ..
ମେଷ – ମେଷ ଲଗ୍ନ ଓ ରାଶିର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷରୁ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ୧୬ ବର୍ଷ ବୟସରେ ଭାଗ୍ୟରେ ଅଧିକ ସୁପରିବର୍ତ୍ତନ ହୋଇନଥିଲେ, ୨୨,୨୮,୩୨ ଓ ୩୬ ବର୍ଷରେ ଭାଗ୍ୟ ଉଦୟ ହେବା ସହ ସଫଳତା ମିଳିଥାଏ ।
ବୃଷ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୫ ବର୍ଷ ବୟସରେ ହୋଇଥାଏ ନଚେତ୍ ୨୮,୩୬,୪୨ ବର୍ଷ ବୟସରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ମିଥୁନ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୨ ବର୍ଷ ନଚେତ୍ ୪୨ ବର୍ଷ ବୟସରେ ସଫଳତା ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହୋଇଥାଆନ୍ତି । ଏହାସହ ୩୨, ୩୩ ଓ ୩୬ ବର୍ଷ ବୟସରେ ହୋଇଥାଏ ।
କର୍କଟ – ଏହି ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୧୬ ବର୍ଷ ବୟସରେ ହୋଇଥାଏ । ନଚେତ୍ ୨୨,୨୫,୨୮,୩୨ ବର୍ଷ ବୟସରେ ହୋଇଥାଏ ।
ସିଂହ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨,୨୪,୨୬ ଓ ୨୮ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ ।
କନ୍ୟା – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ନଚେତ୍ ୨୨,୨୫,୩୨,୩୩,୩୫ ଓ ୩୬ ବର୍ଷ ବୟସରେ ହୋଇଥାଏ ।
ତୁଳା – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୪ ବର୍ଷ ନଚେତ୍ ୨୫,୩୨,୩୩,୩୫ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ ।
ବିଛା ରାଶି – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୨ ବର୍ଷ ଓ ପରେ ୨୪ ଏହାସହ ୨୮ ଓ ୩୨ ବର୍ଷ ବୟସରେ ମଧ୍ୟ ସଫଳତା ମିଳିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ଧନୁ ରାଶି – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨ ଓ ୩୨ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସେ ।
ମକର – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୨୫ ବର୍ଷ ବୟସରେ ସଫଳତା ମିଳିବା ଆରମ୍ଭ ହେବା ସହ ୨୫ ବର୍ଷ ପରେ ୩୩,୩୫ କିମ୍ବା ୩୬ ବର୍ଷ ବୟସରେ ହୋଇଥାଏ ।
କୁମ୍ଭ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ଉଦୟ ୨୫ ବର୍ଷ ପରେ ୨୮,୩୬ ଓ ୪୨ ବର୍ଷ ବୟସରେ ଭାଗ୍ୟରେ ସୁପରିବର୍ତ୍ତନ ଆସେ ।
ମୀନ – ଏହି ରାଶି ଓ ଲଗ୍ନର ବ୍ୟକ୍ତି ବିଶେଷଙ୍କର ୧୬ ବର୍ଷ ପରେ ୨୨ ବର୍ଷ, ୨୮ କିମ୍ବା ୩୩ ବର୍ଷ ବୟସରେ ଭାଗ୍ୟ ଉଦୟ ହୋଇଥାଏ ।
Comments are closed.