www.samajalive.in
Saturday, December 6, 2025
14.1 C
Bhubaneswar

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ଆଠଗଡ: ଆଠଗଡ ସହରର ବୀରକିଶୋରପୁରଠାରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ମିନିଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକ ଯୁବକ ପ୍ରାଣ ହରାଇଥିବା ଜଣାପଡିଛି। ବୀରକିଶୋରପୁର ଗ୍ରାମର ଦିବାକର ଦଳେଇଙ୍କ ପୁଅ ପ୍ରଦ୍ୟୁମ୍ନ କୁମାର ରାୟ (୩୪) ନିଜ ଫାଷ୍ଟଫୁଡ ଦୋକାନ ବନ୍ଦକରି ସ୍କୁଟିରେ ନିଜ ଘରକୁ ଫେରୁଥିବାବେଳେ ପଛରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ପ୍ରଦ୍ୟୁମ୍ନ ସ୍କୁଟିରୁ ଛିଟିକି ଯାଇ ରାସ୍ତାକଡ ନାଳ ମଧ୍ୟରେ ପଡିଯାଇଥିଲେ। ମୁଣ୍ଡରେ ଆଘାତ ଲାଗି ଗଭୀର କ୍ଷତହେବା ସହ ସେ ଗୁରୁତ୍ୱର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଆଠଗଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଏହି ଦୁଃଖଦ ମୃତ୍ୟୁରେ ବୀରକିଶୋରପୁର ତଥା ଆଠଗଡ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ପୁଲିସ ତାଙ୍କ ମୃତ ଦେହ ଜବତ କରିବା ସହ ବୁଧବାର ବ୍ୟବଚ୍ଛେଦ ପରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories