www.samajalive.in
Saturday, December 6, 2025
15.1 C
Bhubaneswar

ମାଙ୍କଡଡିଆଁ ପ୍ରପାତରୁ ଫେରିବା ବେଳେ ଦୁର୍ଘଟଣା, ସ୍ବାମୀ ମୃତ ପତ୍ନୀ ଶାଳୀ ଗୁରୁତର

ପାତ୍ରପୁର : ସାନ ଭଉଣୀ ବିବାହର ଦଶ ଦିନ ପରେ କେରୋନାକୁ ଦେଖି ତିନିଭଉଣୀ ବାପଘରେ ସବିତ୍ରୀ ଵ୍ରତ କରି ପତିଙ୍କ ଦୀର୍ଘ ଜୀବନ କାମନା କରିବାର ଦିନକ ପରେ ଜଣେ ଭଉଣୀର ମଥାରୁ ସିନ୍ଦୁର ଲିଭିବା ସହ ଦୁଇ ଭଉଣୀ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ହେବା ଘଟଣା ପାତ୍ରପୁର ଅଂଚଳରେ ଦୁଖଦ ପରିସ୍ଥିତି ସୃଷ୍ଟି କରିଛି। ତିନି ଭଉଣୀ ପତି ପିଲାମାନଙ୍କ ସହିତ ମାଙ୍କଡ଼ ଡିଆଁ ପ୍ରପାତକୁ ଯାଇ ଫେରିବା ବେଳେ ଗାଡି ଏକ ପୋଲକୁ ଧକ୍କା ଦେବା ଫଳରେ ବଡ ଜ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଏବଂ ସାନଶାଳୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ପାତ୍ରପୁର ବ୍ଲକ ପଦାଦିଗି ଗ୍ରାମର ଯୋତିରାଜ ପଣ୍ଡା (୩୦) ଏବଂ ଆହତ ମନେ ହେଲେ ପତ୍ନୀ ସସ୍ମିତା ପଣ୍ଡା ଶାଳୀ ମମାଲି ସାହୁ ବୋଲି ଜଣା ପଡ଼ିଛି। ଗୁରୁତର ଦୁଇ ଭଉଣୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରା ଯାଇଛି। ଘଟଣାରୁ ପ୍ରକାଶ ଯେ ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ କନିରିଡ। ଗ୍ରାମର ସନାତନ ପଣ୍ଡାଙ୍କ ସାନ ଝିଅ ମମାଲି ଗତ ୩୦ ତାରିଖରେ ଚିକିଟି ବ୍ଲକ ଭୋଳାସିଙ୍ଗି ଗ୍ରାମରେ ବିବାହ କରିଥିଲେ। ତେବେ ପ୍ରଥମ ଥର ସବିତ୍ରୀ ଵ୍ରତ କରୁଥିବା ପାଇଁ ସାନଭଉଣୀଙ୍କ ସହ ବାଦପୁର ଏବଂ ପଦାଦିଗିର ଦୁଇ ଭଉଣୀ ପତିଙ୍କ ସହ ପିଲାଛୁଆଙ୍କୁ ଧରି କନିରିଡା ବାପଘରେ ପହଞ୍ଚି ଵ୍ରତ ପାଲିଥିଲେ। ତେବେ ତିନି ଜ୍ୱାଇଁ ଝିଅ ତିନୋଟି ବାଇକ ଯୋଗେ ଗଜପତି ଜିଲ୍ଲା ମାଙ୍କଡ଼ ଡିଆଁ ପ୍ରପାତକୁ ବୁଲି ବାହାରି ଥିଲେ। ତେବେ ବାଟ ଭୁଲି ମହେନ୍ଦ୍ର ଗଡ ଚାଲିଯିବା ପରେ ପୁଣି ଲୋକଙ୍କୁ ବୁଝି ଏହି ପ୍ରପାତ ଦେଖି ଫେରୁଥିଲେ। ତେବେ ଜଙ୍ଗଲ ଘାଟି ରାସ୍ତାରେ ଯୋତିରାଜ ଚଳାଉ ଥିବା ଟିଭିଏକ୍ସ ଅକ୍ସସିଲ ଗାଡିଟି ଭାରସାମ୍ୟ ହରାଇ ଏକ ପୋଲକୁ ଧକ୍କା ଦେଇ ଥିଲା। ଫଳରେ ଗାଡ଼ି ଚାଳକ ତାଙ୍କ ପତ୍ନୀ ଶାଳୀ ଆହତ ହୋଇଥିବା ବେଳେ ପୁଅଟି ଅଳ୍ପକେ ବର୍ତିଯାଇଥିବା ଜଣା ଯାଉଛି। ଦୁର୍ଘଟଣା ପରେ ସାଙ୍ଗରେ ଆସୁଥିବା ଅନ୍ୟ ଦୁଇ ଶଡୁ ଗ୍ରାମକୁ ଖବର ଦେବା ପରେ ଏକ ବୋଲେରେ ଯୋଗେ ଆହତ ମାନଙ୍କୁ ପାତ୍ରପୁର ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଡାକ୍ତର ଖାନାରେ ଡାକ୍ତର ଯୋତିଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ଏବଂ ଶାଳୀ ଙ୍କ ଅବସ୍ଥା ଗୁରୁତର ଦେଖି ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠା ଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories