www.samajalive.in
Saturday, December 6, 2025
19.1 C
Bhubaneswar

ବାଇକ୍ ଧକ୍କାରେ ତିନି ଜଣ ଗୁରୁତର

ରେଙ୍ଗାଲିକେମ୍ପ : ଗତକାଲି ସନ୍ଧ୍ୟା ପ୍ରାୟ ପାଞ୍ଚ ଟାରେ ଅତାବିରା ବ୍ଲକ ଲାଦେରପାଲି ସ୍ଥିତ ସେବାଶ୍ରମ ସ୍କୁଲ୍ ସମ୍ମୁଖରେ ଏକ ବାଇକ୍ ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି। ଘଟଣା ସୂତ୍ରରୁ ଜଣାପଡିଛି ଯେ ଏକ ବାଇକ୍ ରେ ଯୌତୁକ ପ୍ରଧାନ(୪୫),ପ୍ରିୟରଞ୍ଜନ ପ୍ରଧାନ(୧୨) ଓ ରଶ୍ମି ରଞ୍ଜନ ପ୍ରଧାନ(୧୩) ତିନି ଜଣ ନିଜ ଗ୍ରାମ କର୍ଣାଟିକ୍ରା ରୁ ଅତାବିରା ଆସୁଥିବା ବେଳେ ୫୪ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଥିବା ଲାଦେରପାଲି ସେବାଶ୍ରମ ସ୍କୁଲ୍ ସମ୍ମୁଖରେ ପଡ଼ିଯାଇଥିଲେ। ଫଳରେ କୌତୁକ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କର କିଛି କିଛି ଖଣ୍ଡିଆ ଖାବରା ହୋଇଥିଲେ।ପ୍ରଥମେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ପରେ କୌତୁକଙ୍କ ଗୁରୁତର ଅବସ୍ଥା ଯୋଗୁଁ ତିନି ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories