www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲାରୁ ପୁଣି କରୋନା ସଂକ୍ରମିତ ହେଲା ଶିଶୁ

ବୁର୍ଲା : ବୌଦ୍ଧ ଜିଲ୍ଲାର ପୁଣି ଜଣେ ଶିଶୁ ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବୁର୍ଲା ଭିମସାର ଦ୍ୱିତୀୟ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିବା ହସପିଟାଲ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି। ଶିଶୁଟିର ବୟସ ୨ ବର୍ଷ ହୋଇଥିବା ବେଳେ ସେ ବଉଦ୍ଧ ଜିଲ୍ଲାର ବୋଲି ଭିମସାର ହସପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ତେବେ ୨ ଦିନରେ ୨ ଜଣ ଶିଶୁ କୋଭିଡ଼ ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉଭୟ ଶିଶୁଙ୍କ କେବଳ କୋଭିଡ଼-୧୯ରେ ସଂକ୍ରମିତ ରହିଥିବା ହସପିଟାଲ ସୁତ୍ରରୁ ଜଣାପଡିଛି। ତେବେ କିଭଳି ଏହି ୨ ବର୍ଷର ଶିଶୁ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ସେପଟେ ବର୍ତ୍ତମାନ କରୋନାର ତୃତୀୟ ତରଙ୍ଗ ବିଶେଷ ଭାବରେ ଶିଶୁ ମାନଙ୍କୁ ସଂକ୍ରମିତ କରୁଥିବାକୁ ନେଇ ସରକାର ସତର୍କତା ଜାରି କରିଥିବା ଏଭଳି ଭାବରେ ଶିଶୁ ସଂକ୍ରମିତ ହେବା ଘଟଣା ଅନ୍ୟ ଏକ ବିପଦ ସୃଷ୍ଟି କରୁଛି।
ସୂଚନା ଥାଉକି କିଛିଦିନ ପୂର୍ବରୁ ବରଗଡ ଜିଲ୍ଲାରୁ ମଧ୍ୟ ୨ ଜଣ ଶିଶୁ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ବୁର୍ଲା ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରେ ସେମାନଙ୍କୁ ଘରକୁ ପ୍ରେରିତ କରି ଦିଆଯାଇଥିଲା। ତେବେ ବର୍ତମାନ ବୁର୍ଲା ଭିମସାର ଦ୍ୱିତୀୟ କୋଭିଡ ହସପିଟାଲରେ ୨ ଜଣ ଶିଶୁ  ସମେତ ୪୧ ଜଣ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଥିବା ସୂଚନା ହସ୍ତଗତ ହୋଇଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories