www.samajalive.in
Tuesday, December 9, 2025
23.1 C
Bhubaneswar

ସ୍କୁଟି ଓ ବାଇକ୍‍ ମୁହାଁମୁହିଁ ଧକ୍କା; ୨ ମୃତ, ଜଣେ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନାଅର୍ନ୍ତଗତ ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନ ସମୟରେ ଏକ ସ୍କୁଟି ସହିତ ବାଇକ୍‍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ହରଭଙ୍ଗା ପଟୁ ଏକ ସ୍କୁଟି ଯୋଗେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦନାୟକ ଏବଂ ଅଜିତ ଭୋକ୍ତା ଛତ୍ରଙ୍ଗ ପଟକୁ ଯାଉଥିଲେ। ଏହି ସମୟରେ ଗଣ୍ଡିସର ଗ୍ରାମର ସାନୁ ବେହେରା ଏକ ପେସନ ପ୍ରୋ ଗାଡି ଯୋଗେ ଛତ୍ରଙ୍ଗରୁ ହରଭଙ୍ଗା ଆଡକୁ ଯାଉଥିଲେ। ଏହି ସମୟରେ ହରଭଙ୍ଗା ପଞ୍ଚାୟତ ଜୁନିୟର ମହାବିଦ୍ୟାଳୟ ନିକଟସ୍ଥ ବୁକେଶିଙ୍ଗା ପ୍ରଧାନମନ୍ତ୍ରୀ ସଡକ ନିକଟରେ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ଘଟିଥିଲା।ଘଟଣାସ୍ଥଳରେ ସ୍କୁଟି ଚାଳକ ପ୍ରଶାନ୍ତ ଦନାୟକ(୨୫)ଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ବାଇକ ଚାଳକ ସାନୁ ବେହେରା(୧୮)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଜିତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ହରଭଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories