www.samajalive.in
Saturday, December 6, 2025
15.1 C
Bhubaneswar

୬୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ , ୨ ଗୁରୁତର

ବାଲେଶ୍ବର: ବାଇକକୁ ଧକ୍କା ଦେଲା ମାଲବାହି ଟ୍ରକ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଓ ମୃତାହତ ବାଲେଶ୍ଵର ଟୁଲଙ୍ଗ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ବାଲେଶ୍ଵର ସହର ଟୁଲଙ୍ଗ ସାହିର ଦେବଦତ୍ତ ମହାପାତ୍ର ଶ୍ବଶୁର ଘର ରୂପସାକୁ ଯାଇ ପରିବାର ସହ ବାଇକ୍ରେ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଦେବଦତ୍ତ ଓ ତାଙ୍କ ପୁଅ ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ମୃତକମାନେ ହେଲେ ମା ଓ ଝିଅ ହେଲେ ରେଣୁକା ମହାପାତ୍ର ଓ ହିମାଂଶି ମହାପାତ୍ର । ଗୁରୁତର ଦେବଦତ୍ତ ମହାପାତ୍ର ଓ ତାଙ୍କ ପୁଅ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପରିବାର ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଳାହଳ ଦେଖିବାକୁ ମିଳିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories