ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୪୦ ହଜାର ୮୪୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
ମୋଟ ୧୩,୦୮୩ ରୋଗୀ ୧୮ରୁ ୪୫ ବର୍ଷର ଥିବା ବେଳେ ୧୭,୪୬୪ ରୋଗୀ ୪୫ରୁ ୬୦ ବର୍ଷ ବୟସର ଅଛନ୍ତି। ଏହାସହିତ ୧୦,୦୮୨ ରୋଗୀ ୬୦ ବର୍ଷରୁ ଅଧିକ ବୟସ୍କ ବୋଲି ଜଣାପଡ଼ିଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।



