କଟକ: ଖୁଣ୍ଟରେ ପିଟିହୋଇ ଜଣେ ବିଦ୍ୟୁତ୍ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ କର୍ମଚାରୀଙ୍କ ନାମ ଯୋଗେନ୍ଦ୍ର ସ୍ୱାଇଁ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ ଟାଟା ପାୱାର କଲେଜଛକ ସେକ୍ସସନରେ ଯୋଗେନ୍ଦ୍ର କାର୍ଯ୍ୟ କରନ୍ତି। ସେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବିଭାଗର ଏକ କାର୍ଯ୍ୟରେ ବାଇକ୍ ଧରି ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବସିଥିଲେ। ଫଲରେ ଦ୍ରୁତଗତିରେ ଥିବା ବାଇକ ସହିତ ସେ ଏକ ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ। ଅନ୍ୟପକ୍ଷରେ ଯୋଗେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲେ ମଧ୍ୟ ଘଟଣା ସଂକ୍ରାନ୍ତରେ ମାଲଗୋଦାମ ଥାନାକୁ ଅବଗତ କରା ନଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି।



