www.samajalive.in
Saturday, December 13, 2025
26.1 C
Bhubaneswar

୧୦ ହଜାର କୋଟି ଟଙ୍କାର କାରବାର ପ୍ରଭାବିତ

ଭୁବନେଶ୍ୱର ): ୧୨ଦଫା ଦାବି ନେଇ ଦେଶର ୧୦ଟି ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଧର୍ମଘଟ ବା ଭାରତ ବନ୍ଦର ଦ୍ବିତୀୟ ଦିନରେ ସଙ୍ଗଠନର କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଏହା ପ୍ରଭାବଶୂନ୍ୟ ପରିଲକ୍ଷିତ ହୋଇଛି। ଗାଡ଼ି ମୋଟର ଚଳାଚଳ, ଦୋକାନ ବଜାର ଖୋଲା ରହିବା ସହ ସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ରହିଛି।

ଷ୍ଟେଟ୍‌ ବ୍ୟାଙ୍କକୁ ଛାଡ଼ିଦେଲେ ଅନ୍ୟାନ୍ୟ ଜାତୀୟକରଣ ବ୍ୟାଙ୍କ, ବୀମା ଏବଂ ପରିବହନ କର୍ମଚାରୀ ସଙ୍ଗଠନଗୁଡ଼ିକ ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ରାଜ୍ୟରେ ବ୍ୟାଙ୍କ ଓ ବୀମା କାରବାର ପ୍ରଭାବିତ ହୋଇଛି। ଦୁଇଦିନ ମଧ୍ୟରେ ପ୍ରାୟ ୧୦ହଜାର କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା କୁହାଯାଉଛି। ଧର୍ମଘଟ ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ କେତେ ପଡ଼ିଛି, ଶ୍ରମିକ ସଙ୍ଗଠନର ୧୨ ଦଫା ଦାବିକୁ ସରକାର ପୂରଣ କରିବେ କି ନାହିଁ ତାହା ଦୁଇଦିନ ମଧ୍ୟରେ ସରକାର ସ୍ପଷ୍ଟ କଲେନାହିଁ ବୋଲି ସିଆଇଟିୟୁର ରାଜ୍ୟ ସଭାପତି ଜନାର୍ଦନ ପତି କହିଛନ୍ତି।

- Advertisement -

ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର କୋରାପୁଟ, ବ୍ରହ୍ମପୁର ଆଦି ସମସ୍ତ ସହରରେ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ପୋଷ୍ଟର ଧରି ରାସ୍ତା ଉପରେ ଶୋଭାଯାତ୍ରା କରିଥିଲେ। ବ୍ୟାଙ୍କ ଏବଂ ବୀମା କର୍ମଚାରୀ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ଦ୍ବାରା କାରବାର ପ୍ରଭାବିତ ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ସମସ୍ତ ସରକାର ଓ ବେସରକାରୀ ଅନୁଷ୍ଠାନ ସ୍ବାଭାବିକ ରହିଥିଲା। ଦୋକାନ ବଜାର ଖୋଲା ରହିବା ସହ ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀ ପହଞ୍ଚି କାର୍ଯ୍ୟ କରିଥିଲେ। ରେଳ ଧାରଣାରେ ଶ୍ରମିକମାନେ ରେଳ ଅଟକାଇଥିଲେ। ନାଲକୋ, ଆଇଓସିଏଲ, ପେଟ୍ରୋଲ ପମ୍ପ ବନ୍ଦ କରିଥିଲେ। ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ କର୍ମକର୍ତ୍ତା ସଭାପତି ନବକିଶୋର ମହାନ୍ତି ଓ ସମ୍ପାଦକ ବିକ୍ରମ ନାୟକଙ୍କ ନେତୃତ୍ବରେ ବିକ୍ଷୋଭରେ ସାମିଲ ହୋଇଥିଲେ। ଭୁବନେଶ୍ୱରରେ ସଙ୍ଗଠନଗୁଡ଼ିକ ପକ୍ଷରୁ ରିଜର୍ଭ ବ୍ୟାଙ୍କ, ନିଗମ କାର୍ଯ୍ୟାଳୟ, ବିଏସଏନଏଲ, ରେଳ ଷ୍ଟେସନ, ରେଳ ସଦନ, ଜୟଦେବ ବିହାର ଓଭରବ୍ରିଜ ଜାତୀୟ ରାଜପଥ, ଡୁମୁଡୁମା ଛକ ଏବଂ ଓୟୁଏଟି ଛକରେ ସିଆଇଟିୟୁ ଏବଂ ସିପିଆଇ(ଏମ) ନେତୃତ୍ୱରେ ଶତାଧିକ କର୍ମୀ ପିକେଟିଂ କରିଥିଲେ। ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ ଶ୍ରମିକ ସଙ୍ଗଠନ। ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବା ଦ୍ବାରା ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories