www.samajalive.in
Sunday, December 7, 2025
23.1 C
Bhubaneswar

କାର ସହ ଅଟୋ ଧକ୍କା, ୪ ଗୁରୁତର

ମୋହନା : ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି। ପୁଲିସର ବାରମ୍ଵାର ଧରପଗଡ଼ ସତ୍ତ୍ୱେ ଆମାନିଆ ଗାଡ଼ି ଚାଳକମାନେ ନିଶାସକ୍ତ ଓ ଦୃତଗତି ଯୋଗୁଁ ଦୁର୍ଘଟଣା ଘଟିବାରେ ଲାଗିଛି । ରବିବାର ମଧ୍ୟାହ୍ନ ସମୟରେ ମୋହନାର ଏକ ଅଟୋରେ ପୁରୁଣା ବ୍ରିଜ ସାହିର ପୂଜାରାଣୀ ପାତ୍ର(୩୧), ଆରତୀ ପାତ୍ର(୨୫) ,ସାଇ ପ୍ରିତମ ପାତ୍ର(୪) ଓ ଅଟୋ ଚାଳକ ଅଜୟ ସ୍ଵାଇଁ(୩୦) ଅଡ୍‌ବା ନିକଟସ୍ଥ ପଦାଗାଁକୁ ଭୋଜି ଖାଇବାକୁ ଯାଉଥିଲେ । ଏହି ସମୟରେ ଅପର ପାର୍ଶ୍ଵ ଅଡବା ପଟୁ ଏକ ସୁଜକି ଭିଜା ଗାଡ଼ିରେ ଭୁବନେଶ୍ୱର ପାତ୍ରପଡ଼ା ଗ୍ରାମର ନିବାସ ପ୍ରଧାନ(୪୫) ଓ ବିଶ୍ଵରଂଜନ ଚ୍ୟାଉପଟ୍ଟନାୟକ(୫୨) ନିଜ ଗ୍ରାମକୁ ଫେରୁଥିବା ବେଳେ ମୋହନା ନିକଟସ୍ଥ କଣ୍ଟେଇକୋଳି ନିକଟରେ କାରଟି ଅଟୋକୁ ସାମନାପଟୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ଚାରିଜଣ ଲୋକଙ୍କୁ ଗଭୀର ଆଘାତ ଲାଗିଥିଲା। ସେମାନଙ୍କୁ ଅନ୍ୟ ଏକ ଅଟୋ ଦ୍ଵାରା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା କିନ୍ତୁ ସମସ୍ତଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଯାଇଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories