www.samajalive.in
Sunday, December 7, 2025
14.1 C
Bhubaneswar

ସଡକ ଦର୍ଘଟଣାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ, ୨ ଗୁରୁତର

ଫୁଲବାଣୀ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସିଆରପିଏଫ ଯବାନଙ୍କ ମତ୍ୟୁ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ଯବାନମାନଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଛି।

ଘଟଣାରୁ ପ୍ରକାଶ ଯେ,  କନ୍ଧମାଳ ଜିଲା ବାଲିଗୁଡା ସି.ଆର୍.ପି.ଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିବା ୧୨୭ ନମ୍ବର ବାଟାଲିୟନର ତିନି ଜଣ ଯବାନ ତାଙ୍କର ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇ କାମସାରି ଫେରିବା ସମୟରେ କ.ନୂଆଗାଁ ଥାନା ଠାରୁ ପ୍ରାୟ ୬କିମି ପୁର୍ବରୁ ଥିବା ଗୁରୁଙ୍ଗୁଲି ଘାଟିରେ ଭାରସାମ୍ୟ ହରାଇ ବୋଲେର ଗାଡିଟି ଏକ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରେ ଗାଡ଼ିଟି ସଂପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇଥିଲା। ଘଟଣାସ୍ଥଳରେ ହିଁ ଗାଡି ଚାଳକ ତଥା ହାବିଲଦାର ଲଖଣ୍ଡେ ରାଜେନ୍ଦ୍ରଙ୍କ(୪୦)ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଯବାନ ହେଲେ ଏଏସଆଇ ମାର୍ଲାପା ମାର୍କେଟି ଓ କନେଷ୍ଟବଲ ଆର ସର୍ବନନ୍। ଗୁରୁତର ମାନଙ୍କୁ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ପଠାଇ ଦିଆଯାଇଛି। ମୃତ ଯବାନ ଲଖଣ୍ଡେ ରାଜେନ୍ଦ୍ରଙ୍କ ଘର ମହାରାଷ୍ଟ୍ରର ଏହେମଦନଗରରେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ମୃତଦେହକୁ ଏକ ମହାପାରାୟଣ ଗାଡିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ଗାଁକୁ ପଠାଯିବ ବୋଲି ସିଆରପିଏଫ ତରଫରୁ ସୂଚନା ଦିଆଯାଇଛି। ଏନେଇ କ.ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରନିବାସ ସାମଲ ସୂଚନା ଦେଇଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories