କଟକ : କଟକ-ଭୁବନେଶ୍ୱର ରାଜପଥର ମଧୁପାଟଣା ଛକ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଓଭରଟ୍ରେକ୍ କରିବାକୁ ଯାଇ ଏକ କାର୍ ଧକ୍କା ଲାଗିବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଆହତଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ଆହତଙ୍କ ପରିଚୟ ମିଳିପାରିନାହିଁ।
ରାତିପ୍ରାୟ ସାଢ଼େ ୧୨ଟା ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାର୍ଟି ମଧୁପାଟଣା ଛକରେ ଏକ ଟ୍ରକ୍କୁ ଓଭରଟ୍ରେକ୍ କରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇଥିଲା। କାର୍ଟି ସେହି ଟ୍ରକ୍ ସହିତ ଜୋର୍ରେ ପିଟି ହୋଇଯିବାରୁ ଦୁଇଜଣ ଆହତ ହୋଇଛନ୍ତି। ଟ୍ରକ୍କୁ ପୁଲିସ ଜବତ କରିବା ସହିତ ଚାଳକକୁ ଥାନାରେ ଅଟକ ରଖିଛି।
ରାଜପଥରେ ଦୁର୍ଘଟଣା,ଦୁଇ ଆହତ
Popular Categories



