www.samajalive.in
Saturday, December 6, 2025
14.1 C
Bhubaneswar

ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା : ୪ ଆହତ

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ରେ ଥିବା ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ପଛ ଟ୍ରକ ଆଗ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଟ୍ରକ ଘାଟି ରାସ୍ତା ରେ ଝୁଲି ରହିଛନ୍ତି। ଫଳରେ ଧନ ଜୀବନହାନୀରୁ ରକ୍ଷା ପାଇଛନ୍ତି।  ନଚେତ ୧୦୦ ଫୁଟ ତଳକୁ ଖସି ଧନ ଜୀବନ ନଷ୍ଟ ହୋଇଥାନ୍ତା। ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଟ୍ରକର ଡ୍ରାଇଭର ଓ ଖଲାସିଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।

ଏହି ଘାଟି ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସବୁଆଡେ ଖାଲ ଖମା ହୋଇ ଯାଇଛି। ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories