ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି। ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଏବିଭିପି କର୍ମୀମାନେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ କର୍ମୀମାନେ କଳାପତାକା ଦେଖାଇଛନ୍ତି। କିଛି କର୍ମୀ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତେବେ ଏହି ଘଟଣାରେ କିଛି ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଥିବା ସୂଚନା ମିଳିଛି। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ପଛର କାରଣ ସମ୍ପର୍କରେ ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ଠାରୁ ଜବାବ ମାଗିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ମାଟ୍ରିକ୍ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି
Popular Categories



