www.samajalive.in
Monday, December 15, 2025
26.1 C
Bhubaneswar

ସାହିନ୍ ଆଫ୍ରଦି ଏବଂ ହାରିସ୍‍ ସହ କାହିଁକି ଲଢେଇ ହେଲା: ମ୍ୟାଚ୍‍ ପରେ କହିଲେ ଅଭିଷେକ ଶର୍ମା

ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍‍ ୨୦୨୫ର ସୁପର-୪ର ଦ୍ୱିତୀୟ ମ୍ୟାଚ୍‍ ରେ ଦୁଣ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି ଭାରତ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍‍ ଇଣ୍ଡିଆ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିଛି । ରବିବାର ମ୍ୟାଚ ବେଳେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚ୍‍ ସମୟରେ ଯେତେବେଳେ ଟିମ୍‍ ଇଣ୍ଡିଆ ବ୍ୟାଟିଂ କରୁଥିଲା, ପାକିସ୍ତାନର ସାହିନ୍ ଶାହା ଆଫ୍ରଦି ଏବଂ ହାରିସ୍‍ ରୌଫ୍‍ ଭାରତୀୟ ଖେଳାଳିଙ୍କ ସହ ଝଗଡା କରିବାକୁ ଚେଷ୍ଟା କରିଥିଲେ । ଯାହାର ଜବାବ ଅଭିଷେକ ଶର୍ମା ଓ ଶଭମନ୍‍ ଗିଲ୍‍ ଦମଦାର ବ୍ୟାଟିଂ ଜରିଆରେ ଦେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ୍‍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ଭାରତକୁ ୧୭୨ରନର ଟାର୍ଗେଟ୍‍ ଦେବା ପରେ ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶଭମନ୍‍ ଗିଲ୍‍ ପଡିଅରକୁ ଓହ୍ଲାଇଥିଲେ । ପ୍ରଥମେ ବୋଲିଂ କରିବାକୁ ଆସିଥିବା ସାହିନ୍ ଶାହା ଆଫ୍ରଦିଙ୍କ ପ୍ରଥମ ବଲକୁ ଏକ ଶକ୍ତିଶାଳୀ ଛକା ମାରିଥିଲେ ଅଭିଷେକ ଶର୍ମା । ଯାହାକି ସାହିନ୍ ଙ୍କୁ କ୍ରୋଧିତ କରିଥିଲା । ଯାହା ପରେ ସେ ଅଭିଷେକଙ୍କ ପ୍ରତି କିଛି ମନ୍ତବ୍ୟ ଦେଇଥିଲେ ଏବଂ ଅଭିଷେକ ମଧ୍ୟ ଏହାର ଉପଯୁକ୍ତ ଜବାବ ଦେଇଥିଲେ । ମ୍ୟାଚ ଶେଷ ହେବା ପରେ ଅଭିଷେକ ପାକିସ୍ତାନୀ ଖେଳାଳିମାନଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ବିଷୟରେ ଖୁଲାସା କରିଛନ୍ତି ।
ଅଭିଷେକ ଶର୍ମୀ ଓ ଶୁଭମନ୍‍ ଗିଲ୍‍ ଦମଦାର ବ୍ୟାଟିଂ କରୁଥିବା ଦେଖି ପାକିସ୍ତାନ ଖେଳାଳିଙ୍କ ମନରେ କ୍ଷୋଭ ଆସିଥିଲା । ଅଭିଷେକ କହିଛନ୍ତି ପାକିସ୍ତାନ ଖେଳାଳି ଯେଉଁ ଅନ୍ଦାଜରେ ମୋ ଆଡକୁ ଆସୁଥିଲେ ଏବଂ ଓଲଟା ସିଧା କଥାବାର୍ତ୍ତା କରୁଥିଲେ ମୋତେ ପସନ୍ଦ ଆସିନଥିଲା । ସେମାନେ ମୋତେ ବାରମ୍ବାର ଉସୁକାଇବାକୁ ପ୍ରୟାସ କରୁଥିଲେ । ଅଭିଷେକ କହିଛନ୍ତି ମୁଁ ଜବାବ ଦେବାରେ ବିଶ୍ୱାସ କରେ ଏବଂ ଦିଅ ମଧ୍ୟ । ସାହିନ୍ ଶାହା ଆଫ୍ରଦି ଏବଂ ହାରିସ୍‍ ମୋତେ ଉସୁକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମୁଁ ବ୍ୟାଟିଂ ଜରିଆରେ ଉଚିତ ଜବାବ ଦେଇଛି । ଶୁଭମନ ଗିଲ୍‍ଙ୍କ ସହ ଅଭିଷେକଙ୍କ ପାଟନର ସିପ୍‍ ଟିମ୍‍ ଇଣ୍ଡିଆକୁ ବିଜୟୀ କରିବାରେ ବେଶ ସହାୟକ ହୋଇଥିଲା ।
ଏହି ମ୍ୟାଚରେ ପାକିସ୍ତାନ ଖେଳାଳି ଟିମ୍‍ ଇଣ୍ଡିଆକୁ ବ୍ୟାଟ ଦେଖାଇ ଗୁଳି ମାରିବା ଭଳି ଏକ ଲୁକ୍‍ ଦେଇଥିଲେ । ଯେଉଁଥିରୁ ଭାରତୀୟ ଦଳ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ । ଯାହାର ଜବାବ ଭାରତୀୟ ଦଳ ବ୍ୟାଟିଂ ଜରିଆରେ ଦେଇ ପାକିସ୍ତାନକୁ ପରାଜିତ କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories