www.samajalive.in
Saturday, December 6, 2025
16.1 C
Bhubaneswar

ଧାର୍ମିକ ଭାବନାର ରାଜନୀତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଭିଷେକ ସିଂଘଭୀ

ଭୁବନେଶ୍ୱର : ବିଭିନ୍ନ ଯୋଜନା ଘୋଷଣା କରିବା ସମୟରେ ଓଡ଼ିଶାର ବିଜେଡି ସରକାର ଧାର୍ମିକ ଭାବନାର ରାଜନୀତିକରଣ କରୁଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ମନୁ ସିଂଘଭୀ ଅଭିଯୋଗ କରିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଶ୍ରୀ ସିଂଘଭୀ ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ତାଚ୍ଛଲ୍ୟ କରି ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ,  ୧୮ ବର୍ଷ ହେଲାଣି ରାଜ୍ୟ ସରକାର ଶୋଇ ପଡିଥିଲେ, ଏବେ ତାଙ୍କର ନିଦ ଭାଙ୍ଗିଛି । ୧୮ ବର୍ଷ ଶାସନରେ ରହିଲା ପରେ କାଳିଆ ଯୋଜନା ଏବେ ମନେ ପଡିଲା । ସର୍ବନିୟନ୍ତା ପ୍ରଭୁ ଜଗନ୍ନାଥ ବା କାଳିଆ ଠାକୁରଙ୍କ ନାମରେ ଯୋଜନା ପ୍ରଣୟନ କରିବା ଭଗବାନଙ୍କୁ ଅପମାନ ସଦୃଶ । ଧାର୍ମିକ ଭାବନାର ରାଜନୀତିକରଣ କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି ସେ ନବୀନ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଧାନ ଏମଏସପି ନେଇ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୮ ଜାନୁଆରିରେ ଦିଲ୍ଲୀ ଚାଲୋ ଘୋଷଣା ମଧ୍ୟ କୁମ୍ଭୀର କାନ୍ଦଣା ସଦୃଶ । ଏବେ ନବୀବ ପଟ୍ଟନାୟକ ମୋଦୀଙ୍କ ରାସ୍ତାକୁ ଆପଣାଇଛନ୍ତି । ଏହା ସହ ରାଫେଲ ଚୁକ୍ତିକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ଆକ୍ଷେପ କରିଛନ୍ତି । କେନ୍ଦ୍ର ସରକାର  ରାଫେଲ୍‌ ଚୁକ୍ତି ବାବଦରେ ଦେଶବାସୀଙ୍କୁ ଅନ୍ଧାରରେ ରଖିଛନ୍ତି । ରାଫେଲ୍‌ ଚୁକ୍ତିରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଘୋଟଲା ଧରା ପଡ଼ିଯିବା ଭୟରେ କେନ୍ଦ୍ର ସରକାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଭୟ କରୁଛନ୍ତି । କେବଳ ସେତିକି ନୁହେଁ, ନ୍ୟାୟିକ ତଦନ୍ତରୁ ବଞ୍ଚିବା ଲାଗି ସୁପ୍ରିମ କୋର୍ଟଙ୍କୁ ମଧ୍ୟ ଭ୍ରମିତ କରିଛନ୍ତି ବୋଲି ଅଭିଷେକ ମନୁ ସିଂଘଭୀ ଅଭିଯୋଗ କରିଛନ୍ତି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories