www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ହେବ ଅଭିଜିତଙ୍କ ଏମ୍‌ଆରଆଇ: ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ସେ ନିମୋନିଆରୁ ସୁସ୍ଥ ହେଉଛନ୍ତି। ଧୀରେଧୀରେ ଭେଣ୍ଟିଲେଟର ସହାୟତାରୁ ତାଙ୍କୁ ବାହାର କରାଯାଉଛି। କିନ୍ତୁ ତାଙ୍କ ସ୍ନାୟୁ ସମ୍ବନ୍ଧୀୟ ସ୍ଥିତି ଏବେବି ସ୍ଥିର ରହିଛି। ଅଭିଜିତ କୋମାରେ ଅଛନ୍ତି। ଗୁରୁବାର ତାଙ୍କର ପୁଣି ବ୍ରେନ୍‌ ଏମ୍‌ଆରଆଇ କରାଯିବା ପାଇଁ ଯୋଜନା ଥିବା ଏମ୍‌ସ ସୂତ୍ରରୁ ଜଣାପଡ଼ିଛି। ପ୍ରଥମେ ଶ୍ରୀ ମଜୁମଦାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ଗତ ୪ ତାରିଖରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। କଟକରେ ଚିକିତ୍ସିତ ହେଉଥିବା ବେଳେ ବ୍ରେନ୍‌ ସିଟିସ୍କାନ୍‌ ରିପୋର୍ଟ ସ୍ବାଭାବିକ ଆସିଥିଲା ବେଳେ ସୋଡିୟମ ପୋଟାସିୟମ୍‌ ଭାରସାମ୍ୟ ବିଗିଡ଼ି ଯାଇଥିବା ଜଣାଡ଼ିଥିଲା। ଏଥିଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବା ଆରମ୍ଭ ହୋଇଥିଲା।

ଭୁବନେଶ୍ବର ଏମ୍‌ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ନିମୋନିଆ ସହ ସେ ବହୁବିଧ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏମ୍‌ସ ଆଇସିୟୁ ଏବଂ ଇକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରା ତାଙ୍କ ଚିକିତ୍ସାର ନେତୃତ୍ବ ନେଉଛନ୍ତି। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏମ୍‌ସ ଯାଇ ଅଭିଜିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଆବଶ୍ୟକ ହେଲେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇପାରେ ବୋଲି ସେ ସୂଚନା ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories