www.samajalive.in
Saturday, December 6, 2025
14.1 C
Bhubaneswar

ଏବି ଓ ବି ରକ୍ତ ଗ୍ରୁପ୍‍ ଥିବା ବ୍ୟକ୍ତି କୋଭିଡ ୧୯ ସଂକ୍ରମିତ ହେବା ଆଶଙ୍କା ଅଧିକ-ସିଏସଆଇଆର ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ଗବେଷଣା ଆଧାରିତ ରିପୋର୍ଟରେ କୁହାଯାଇଛି ଯେ ଏବି ଏବଂ ବି ରକ୍ତ ଗ୍ରୁପ୍‍ ଥିବା ଲୋକମାନେ କୋଭିଡ ୧୯ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ। ଅର୍ଥାତ ଏହି ରକ୍ତ ଗ୍ରୁପ ଥିବା ଲୋକଙ୍କୁ କୋଭିଡ-୧୯ ସଂକ୍ରମ ହେବା ଆଶଙ୍କା ଅଧିକ ରହିଛି। ଅନ୍ୟପକ୍ଷରେ ‘ଓ’ ରକ୍ତ ଗ୍ରୁପ୍‍ ଥିବା ଲୋକ କରୋନା ଭୂତାଣୁ ଦ୍ୱାରା ସବୁଠାରୁ କମ୍‍ ଆକ୍ରାନ୍ତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲକ୍ଷଣବିହୀନ ରହୁଥିବା ଅଥବା ସେମାନଙ୍କ ଠାରେ ହାଲୁକା ଲକ୍ଷଣ ପ୍ରକାଶ ପାଉଥିବା କୁହାଯାଇଛି।
ସିଏସଆଇଆର ପକ୍ଷରୁ ଦେଶବ୍ୟାପୀ ସେରୋପଜିଟିଭିଟି ସର୍ବେକ୍ଷଣ ଆଧାରରେ କରାଯାଇଥିବା ଏହି ଗବେଷଣା ରିପୋର୍ଟରେ ଆଉ ମଧ୍ୟ କୁହାଯାଇଛି ଯେ, ଯେଉଁମାନେ ମାଂସ ଭକ୍ଷଣ କରନ୍ତି, ସେମାନେ ନିରାମିଷଙ୍କ ତୁଳନାରେ କୋଭିଡ-୧୯ରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ନିରାମିଷ ଖାଦ୍ୟରେ ଅଧିକ ପରିମାଣରେ ତନ୍ତୁ ଜାତୀୟ ଉପାଦାନ ରହୁଥିବାରୁ ତାହା ନିରାମିଷଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରିବାକୁ ସମର୍ଥ ହେଉଛି। ତାହାସହିତ ସେମାନଙ୍କ ଶରୀରରେ ସଂକ୍ରମଣ ପରବର୍ତ୍ତୀ ସମୟରେ ସେଭଳି ଜଟିଳ ସମସ୍ୟା ଦେଖାଯାଉନାହିଁ ଏବଂ ନିଜଆଡୁ ଏହା ସଂକ୍ରମଣକୁ ରୋକିବାରେ ସହାୟକ ହେଉଛି। ଦେଶବ୍ୟାପୀ ୧୦ ହଜାରରୁ ଅଧିକ ଲୋକଙ୍କୁ ନେଇ ୧୪୦ ଜଣ ଡାକ୍ତରୀଦଳ ଏହି ଗବେଷଣା କରିଥିଲେ।
ତାହାଛଡା ଜଣେ ବ୍ୟକ୍ତିଙ୍କର ଆନୁବଂଶିକ ଶାରୀରିକ ଗଠନ ଉପରେ ମଧ୍ୟ ଏହା ନିର୍ଭର କରୁଛି। ଏହାର ଏକ ଉଦାହରଣ ଦେଇ ଜଣେ ଚିକିତ୍ସା ବିଶେଷଜ୍ଞ କହିଛନ୍ତି ଯେ, ଯେଉଁ ଲୋକମାନେ ଥାଲାସେମିଆରେ ଆକ୍ରାନ୍ତ ସେମାନେ ମ୍ୟାଲେରିଆ ଦ୍ୱାରା କ୍ୱଚିତ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି। ସେହିଭଳି ଅନେକ ଉଦାହରଣ ରହିଛି, ଯେଉଁଠି ସମୁଦାୟ ପରିବାର କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି, କିନ୍ତୁ ଜଣେ ସଦସ୍ୟ ସୁସ୍ଥ ରହିଛନ୍ତି। ଏହା କେବଳ ଆନୁବଂଶିକ କାରଣ ପାଇଁ ହେଉଛି। ଏହାର କାରଣ ହେଉଛି ‘ଓ’ ରକ୍ତ ଗ୍ରୁପ୍‍ ବ୍ୟକ୍ତିମାନଙ୍କ ଶରୀରରେ ଏହି ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇ କରିବାକୁ ଏବି ଓ ବି ଗ୍ରୁପ୍‍ ତୁଳନାରେ ଅଧିକ ପ୍ରତିରୋଧ ଶକ୍ତି ରହିଛି। ଏହା ଅର୍ଥ ନୁହେଁ ଯେ ଓ ଗ୍ରୁପ ଲୋକମାନେ କୋଭିଡ କଟକଣାକୁ ବେଖାତିର କରିବେ ଏବଂ ସେମାନେ ଏଥିରୁ ସଂପୂର୍ଣ୍ଣ ନିରାପଦ। ସେମାନଙ୍କ ଠାରେ ମଧ୍ୟ ଏହାର ଜଟିଳ ସମସ୍ୟା ଦେଖାଦେଉଛି। ସିଏସଆଇଆର ସର୍ବେକ୍ଷଣ ସମ୍ପର୍କରେ ପ୍ରକାଶକରି ଅନ୍ୟଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏ କ୍ଷେତ୍ରରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories