www.samajalive.in
Saturday, December 6, 2025
14.1 C
Bhubaneswar

ଚୀନ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧି; ଗତ ଦଶବର୍ଷରେ ବଢିଛି ୭୨ ନିୟୁତ

ବେଜିଂ: ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ଦଶବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଦେଶର ଜନସଂଖ୍ୟା ୧୪୧ କୋଟି ୧୦ ଲକ୍ଷରେ ପହଞ୍ଚିଥିବା ବ୍ୟୁରୋ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଦଶବର୍ଷରେ ଜନସଂଖ୍ୟା ବୃଦ୍ଧି ହାର ୫%ରୁ ଅଧିକ ହୋଇଥିବା ଏହି ରିପୋର୍ଟରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢିବା ପରେ ତାହାକୁ ନିୟନ୍ତ୍ରଣ କରିବାକୁ ସରକାର କଠୋର ଆଇନ ପ୍ରଣୟନ କରିଥିଲେ। ସରକାରଙ୍କ ପକ୍ଷରୁ ଏକ ସନ୍ତାନ ନୀତି ଅବଲମ୍ବନ କରିବାକୁ ଏକ ଆଦେଶ ଦିଆଯାଇଥିଲା। ତେବେ ୨୦୧୬ରେ ସେଥିରେ କୋହଳ କରାଯାଇଥିଲା। ଦମ୍ପତିଙ୍କ ପାଇଁ ଦୁଇ ସନ୍ତାନ ନୀତିକୁ ସରକାର ଅନୁମତି ଦେଇଥିଲେ। ଏହାସତ୍ତେ୍ୱ ଦେଶରେ ଜନ୍ମହାର ଲଗାତାର ହ୍ରାସ ପାଇବାରେ ଲାଗିଛି। ଦେଶରେ ଚଳିତ ସମୟରେ ଅନେକ ବୈବାହିକ ସଂପର୍କ ସଫଳ ହେଉନଥିବା, ମହିଳାମାନେ ଅଧିକରୁ ଅଧିକ ସ୍ୱାବଲମ୍ବୀ ହେବା କାରଣରୁ ସନ୍ତାନ ଜନ୍ମକୁ ବିଳମ୍ବିତ କରିବା ଅଥବା ଏଡାଇଯିବା ଏବଂ ପିଲାଙ୍କର ଲାଳନ ପାଳନ ଖର୍ଚ୍ଚ ମାତ୍ରାଧିକ ବୃଦ୍ଧି ଆଦି ଦେଶରେ ଜନସଂଖ୍ୟା ବୃଦ୍ଧିକୁ ପ୍ରଭାବିତ କରୁଥିବା ଜଣାଯାଇଛି।
ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ବଢୁଥିବା ଏବଂ କାର୍ଯ୍ୟକ୍ଷମ ଗୋଷ୍ଠୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଗତ ଦଶବର୍ଷ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାର ୫.୪% ରହିବା ଚିନ୍ତାଜନକ ହୋଇଥିବା କହିଛନ୍ତି ଜାତୀୟ ପରିସଂଖ୍ୟାନ ବ୍ୟୁରୋର ଜଣେ ଅଧିକାରୀ ନିଙ୍ଗ ଜିଝେ। ଚୀନରେ ପ୍ରତି ଦଶବର୍ଷରେ ଜନଗଣନା କରାଯାଇଥାଏ ଏବଂ ତାହାକୁ ଆଧାର କରି ସରକାର ଆବଶ୍ୟକ ନୀତି ପ୍ରଣୟନ କରିଆସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories