www.samajalive.in
Monday, December 8, 2025
14.1 C
Bhubaneswar

ଅମ୍ଳଜାନ ଯୋଗାଣରେ ୫ ମିନିଟ ବିଳମ୍ବ; ଚାଲିଗଲା ୧୧ କୋଭିଡ ଆକ୍ରାନ୍ତଙ୍କ ଜୀବନ

ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ହାସପାତାଳରେ ଘଟିଛି ଦୁଃଖଦ ଘଟଣା। ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ କୋଭିଡ ରୋଗୀ ପ୍ରାଣ ହରାଉଥିବା ଡାକ୍ତରଖାନାଗୁଡିକର ତାଲିକାରେ ଏହା ସାମିଲ ହୋଇଛି। ସୋମବାର ଦିନ ଏହି ଖ୍ୟାତିସଂପନ୍ନ ହାସପାତାଳରେ ମାତ୍ର ୫ ମିନିଟ ପାଇଁ ଅମ୍ଳଜାନ ଯୋଗାଣ ବିଳମ୍ବ ଘଟିଥିଲା। ଏହାଦ୍ୱାରା କରୋନାରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଚିତ୍ତୁର ଜିଲାପାଳ ହରିନାରାୟଣ କହିଛନ୍ତି, ଅମ୍ଳଜାନ ଅଭାବ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ପ୍ରାୟ ୩୦ ଜଣ ଡାକ୍ତର ତୁରନ୍ତ ଆଇସିୟୁ ମଧ୍ୟକୁ ଯାଇଥିଲେ। କିନ୍ତୁ ଏହି ରୋଗୀମାନଙ୍କର ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା।

ଜିଲା କର୍ତ୍ତୃପକ୍ଷ କହିଛନ୍ତି ଯେ, ଅମ୍ଳଜାନ ବୋଝେଇ ଏକ ଟ୍ୟାଙ୍କର ୫ ମିନିଟ ବିଳମ୍ବରେ ହାସପାତାଳରେ ପହଞ୍ଚିଥିଲା। ସେତେବେଳକୁ ହାସତାପାତଳରେ ମହଜୁଦ ଥିବା ଅମ୍ଳଜାନ ସଂପୂର୍ଣ୍ଣ ଶେଷ ହୋଇଯାଇଥିଲା। କର୍ମଚାରୀମାନେ ଉଦ୍ୟମ କରି ତୁରନ୍ତ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ। ହେଲେ ୧୧ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ। ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାର ତଦନ୍ତାଦେଶ ଦେବା ସହିତ ଏହାର ଯେଭଳି ପୁନରାବୃତ୍ତି ନଘଟେ ସେଥିପ୍ରତି ଯତ୍ନବାନ ହେବା ଓ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାରେ ନିରନ୍ତର ଅମ୍ଳଜାନ ଯୋଗାଣ ସ୍ଥିତି ଉପରେ ନଜର ରଖିବାକୁ ସେ କହିଛନ୍ତି। ରୁଇଆ ହାସପାତାଳରେ ସ୍ରପତି ପ୍ରାୟ ଏକ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦୦ କୋଭିଡ ଆକ୍ରାନ୍ତଙ୍କୁ ଅମ୍ଳଜାନ ସୁବିଧା ଥିବା ଶଯ୍ୟା ଏବଂ ଆଇସିୟୁରେ ଚିକିତ୍ସିତ କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories