www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରକ ଚାପାରେ ବାଇକ୍ ଆରୋହୀ ମୃତ 

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ବାଉଁଶଦଣ୍ଡା ଛକରେ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ସହିତ ବାଇକ୍ ମୁହାଁମୁହିଁ ଧକ୍କା ପରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭିକାରୀ ସ୍ବାଇଁ।
ଘଟଣାରୁ ପ୍ରକାଶ ଯେ କଟିକିଆସାହି ପଞ୍ଚାୟତ ବାଲିସାହି ଗ୍ରାମର ଭୀକାରୀ ମୁଣ୍ଡଳୀ ଟୋଲ ଗେଟରୁ ଏକ ଟିଭିଏସ ଏକ୍ସଲ ଗାଡିରେ ନିଜ ଘର ବାଲିସାହି ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ୧୪ ଚକିଆ ଏକ ଲୁହା ବୋଝେଇ ଟ୍ରକ  ମୁହାଁମୁହିଁ ଧକ୍କା ହେବା ପରେ ଭିକାରୀ ଚକ ତଳେ ପଡିଯିବା ପରେ ଟ୍ରକଟି ଘୋଷାରି ଘୋଷାରି ପାଖାପାଖି୫ ଶହ ମିଟର ଯିବା ଫଳରେ ଭିକାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।
ତେବେ ଘଟଣା ଘଟାଇ ଫେରାର ହେଉଥିବା ବେଳେ ଟ୍ରକ ଡ୍ରାଇଭରକୁ  ସ୍ଥାନୀୟ ଲୋକ କାବୁ କରିଥିଲେ। କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ପରେ ପୁଲିସ  ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ମୃତଦେହକୁ ଜବତ କରିଥିବା ବେଳେ  ଶବ ବ୍ୟବଚ୍ଛେଦ ପାଇଁ ଆଠଗଡ ଡାକ୍ତରଖାନାକୁ ପଠାଇଛି । ଏକ ମାମଲା ରୁଜୁ କରିବା ସହିତ ଗାଡି ଡ୍ରାଇଭରକୁ ଗିରଫ କରି ତଦନ୍ତ ଜାରି ରଖିଥିବା  ଆଠଗଡ ଥାନା ଅଧିକାରୀ ବାମଦେବ ସ୍ବାଇଁ ପ୍ରକାଶ କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories