www.samajalive.in
Monday, December 8, 2025
13.1 C
Bhubaneswar

ଆଠଗଡ ; ୪ ମାସରେ ଗୋଟିଏ ଘରୁ ୨ୟ ଥର ଚୋରି

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ମୁଖ୍ୟ ରାସ୍ତା କଡ ଜଣେ ବ୍ୟକ୍ତିଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୋପୀନାଥପୁର ଗ୍ରାମ ନିକଟସ୍ଥ ଖୁଣ୍ଟୁଣୀ-ନରସିଂହପୁର ରାଜ୍ୟ ରାଜପଥ କଡରେ ଘର କରି ରହୁଥିବା ଅଶୋକ କୁମାର ଜେନାଙ୍କ ଘରୁ ଗତ ଚାରିମାସ ମଧ୍ୟରେ ଏହା ଦ୍ବିତୀୟବାର ଚୋରି ହୋଇଥିବା ଜଣାପଡିଛି । ଉଭୟ ଅଶୋକ ଓ ତାଙ୍କ ପତ୍ନୀ ଯଥାକ୍ରମେ ଚଣ୍ଡିଖୋଲ ଏବଂ ବାଲିଝରୀରେ ଚାକିରୀ କରନ୍ତି। ଗୁରୁବାର ସେମାନେ କୌଣସି କାରଣରୁ ଘରକୁ ଫେରିନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ଏକାଧିକ ତାଲା ଭାଙ୍ଗି ଗୋଟିଏ ସୁନା ଚେନ ଓ ଦୁଇଟି ସୁନା ମୁଦି ସହ ସିସିଟିଭି କ୍ୟାମେରା ଏବଂ ହାର୍ଡ ଡିସ୍କ ଆଦି ଚୋରି କରି ନେଇଥିବା ସେମାନେ ଘରକୁ ଫେରି ଦେଖିଥିଲେ । ଗତ ଜୁନ ୧୯ ତାରିଖ ରାତିରେ ମଧ୍ୟ ଅନୁରୂପ ଭାବେ ତାଙ୍କ ଘରୁ ଦୁର୍ବୃତ୍ତମାନେ ସ୍ମାର୍ଟ ଟିଭି, ଇନଭରଟର ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ସେ ସମୟରେ ସେ ଆଠଗଡ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।  ଗୁରୁବାର ଚୋରି ସମ୍ପର୍କରେ ପୁନର୍ବାର ଅଶୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସୂତ୍ରରୁ ଜଣାପଡିଛି ।

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories