www.samajalive.in
Friday, December 5, 2025
17.1 C
Bhubaneswar

ଆଠଗଡ ; ୪ ମାସରେ ଗୋଟିଏ ଘରୁ ୨ୟ ଥର ଚୋରି

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ମୁଖ୍ୟ ରାସ୍ତା କଡ ଜଣେ ବ୍ୟକ୍ତିଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୋପୀନାଥପୁର ଗ୍ରାମ ନିକଟସ୍ଥ ଖୁଣ୍ଟୁଣୀ-ନରସିଂହପୁର ରାଜ୍ୟ ରାଜପଥ କଡରେ ଘର କରି ରହୁଥିବା ଅଶୋକ କୁମାର ଜେନାଙ୍କ ଘରୁ ଗତ ଚାରିମାସ ମଧ୍ୟରେ ଏହା ଦ୍ବିତୀୟବାର ଚୋରି ହୋଇଥିବା ଜଣାପଡିଛି । ଉଭୟ ଅଶୋକ ଓ ତାଙ୍କ ପତ୍ନୀ ଯଥାକ୍ରମେ ଚଣ୍ଡିଖୋଲ ଏବଂ ବାଲିଝରୀରେ ଚାକିରୀ କରନ୍ତି। ଗୁରୁବାର ସେମାନେ କୌଣସି କାରଣରୁ ଘରକୁ ଫେରିନଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରର ଏକାଧିକ ତାଲା ଭାଙ୍ଗି ଗୋଟିଏ ସୁନା ଚେନ ଓ ଦୁଇଟି ସୁନା ମୁଦି ସହ ସିସିଟିଭି କ୍ୟାମେରା ଏବଂ ହାର୍ଡ ଡିସ୍କ ଆଦି ଚୋରି କରି ନେଇଥିବା ସେମାନେ ଘରକୁ ଫେରି ଦେଖିଥିଲେ । ଗତ ଜୁନ ୧୯ ତାରିଖ ରାତିରେ ମଧ୍ୟ ଅନୁରୂପ ଭାବେ ତାଙ୍କ ଘରୁ ଦୁର୍ବୃତ୍ତମାନେ ସ୍ମାର୍ଟ ଟିଭି, ଇନଭରଟର ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ସେ ସମୟରେ ସେ ଆଠଗଡ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।  ଗୁରୁବାର ଚୋରି ସମ୍ପର୍କରେ ପୁନର୍ବାର ଅଶୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ସୂତ୍ରରୁ ଜଣାପଡିଛି ।

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories