କଳାହାଣ୍ଡି: ଓଡିଶା ରାଜ୍ୟ ଆଶା କର୍ମୀ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ସହରସ୍ଥିତ ବାଲାଜୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ମହିଳା ଓ ଶିଶୁ ମାନଙ୍କୁ ପହଞ୍ଚିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ହେଲେ ପରିଶ୍ରମ ମୁତାବକ ପ୍ରାପ୍ୟ ମିଳୁନଥିବା ଅଭିଯୋଗ ନେଇ ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଶା ଓ ଆଶାସାଥୀ ମାନଙ୍କ ମାସିକ ଦରମା ୧୮ହଜାର ଓ ଆଶାସାଥି ମାନଙ୍କ ୨୪ ହଜାର ଟଙ୍କା, ଇପି.ଏଫ, ଇଏସ.ଆଇ ପେନସନ,ଗ୍ରାଚ୍ୟୁଇଟି ଭଳି ୧୧ ଦଫା ଦାବି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।



