www.samajalive.in
Sunday, December 14, 2025
26.1 C
Bhubaneswar

ଆରାଧ୍ୟା ବଚ୍ଚନଙ୍କ ଆବେଦନ ଉପରେ କୋର୍ଟରେ ଶୁଣାଣି; ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମନ

ମୁମ୍ବଇ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଆରାଧ୍ୟା ଅନେକ ସମୟରେ ଟ୍ରୋଲରଙ୍କ ଟାର୍ଗେଟରେ ମଧ୍ୟ ରହିଛନ୍ତି। ନିକଟରେ ସେ ଦୁଇଟି ୟୁଟ୍ୟୁବ ଚ୍ୟାନେଲ ଏବଂ ୱେବସାଇଟ୍ ବିରୋଧରେ ଅଭିଯୋଗ କରିଥିଲେ। ଏହା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ସାମାଜିକ ଗଣମାଧ୍ୟମରେ କୌଣସି ବ୍ୟକ୍ତି, ବିଶେଷ କରି ପିଲାମାନଙ୍କର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଏକ ଗୁରୁତର ମାମଲା। ଏହି ମାମଲାରେ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ଏପରି ମିଥ୍ୟା ଖବର ଯେପରି ଶେୟାର କରା ନଯାଏ।

କୋର୍ଟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ଏପରି ସୂଚନା ଲୋକଙ୍କ ନିକଟରେ ପହଞ୍ଚିବା ଉଚିତ ନୁହେଁ, ଯାହା କାହାର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥାଏ। ଏଭଳି ଭିଡିଓ ଏବଂ ସୂଚନା ପ୍ରସାର ଉପରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ୍ ଲଗାଇଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମନ ମଧ୍ୟ ଜାରି କରିଛନ୍ତି।

- Advertisement -

ଅଦାଲତ ଗୁଗଲ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ସମନ କରି ପଚାରିଛନ୍ତି, ଆଇଟି ନିୟମରେ ସଂଶୋଧନ ଅନୁଯାୟୀ ସେମାନେ ନିଜ ନିୟମ ବଦଳାଇଛନ୍ତି କି ? ୟୁଟ୍ୟୁବ୍ ଭିଡିଓ ଉପରେ ଆପତ୍ତି ଉଠାଇ କୋର୍ଟ କହିଛନ୍ତି ଯେ, ପ୍ରତ୍ୟେକ ଶିଶୁଙ୍କର ସମ୍ମାନ ଏବଂ ଗର୍ବର ସହ ବଞ୍ଚିବାର ଅଧିକାର ରହିଛି ଏବଂ ଏପରି ମିଥ୍ୟା ଖବର ବନ୍ଦ କରିବା ପ୍ଲାଟଫର୍ମର ଦାୟିତ୍ବ।

ଏଠାରେ ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ନାତୁଣୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଥିବାରୁ ଏକ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୧୧ ବର୍ଷୀୟା ଆରାଧ୍ୟା ନାବାଳିକା ହୋଇଥିବା କାରଣରୁ ମିଡିଆ ଦ୍ବାରା ଏଭଳି ଖବର ପ୍ରସାରଣ ବିରୋଧରେ ନିଷେଧାଦେଶ ମାଗିଛନ୍ତି।

ଆରାଧ୍ୟା ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି। କେତେବେଳେ ନିଜ ପୋଷାକ ପରିଧାନ ତ ଆଉ କେତେବେଳେ ନିଜ ଲୁକ୍‌କୁ ନେଇ ସେ ସମାଲୋଚନାର ଶିକାର ହୋଇଥାଆନ୍ତି। ନିକଟରେ ଅଭିଷେକ ବଚ୍ଚନ ତାଙ୍କ ଝିଅ ବିଷୟରେ କିଛି କଥା ଶୁଣି ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରି ନଥିଲେ। ‘ବବ୍ ବିଶ୍ବାସ’ର ପ୍ରମୋସନ୍‌ ସମୟରେ ଅଭିଷେକ କ୍ରୋଧିତ ହୋଇ ଟ୍ରୋଲରଙ୍କ ଉପରେ ଖୁବ୍‌ ବର୍ଷିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories