www.samajalive.in
Sunday, December 14, 2025
26.1 C
Bhubaneswar

ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ବିଏଲ୍‌ଡିସି ଦ୍ୱାରା ପରିଚାଳିତ ବିଶ୍ୱର ପ୍ରଥମ ଏୟାର କୁଲର ବର୍ଗମାଳା ଉନ୍ମୋଚିତ

ବିଏଲ୍‌ଡିସି ବର୍ଗର କୁଲର ଅନ୍ୟ ଯେକୌଣସି କୁଲର ତୁଳନାରେ ୬୦ଧ ପର୍ଯ୍ୟନ୍ତ କମ୍‌ ବିଦ୍ୟୁତ ବ୍ୟବହାର କରିବ
• ତିନିଟି ସମ୍ପୂର୍ଣ୍ଣ ବିଏଲ୍‌ଡିସି ମଡେଲ୍‌ ଉନେˆାଚିତ
• ୬୦ରୁ ଅଧିକ ଦେଶରେ କଂପାନିର ୨୫ ନିୟୁତରୁ ଅଧିକ ଏୟାର କୁଲର ବିକ୍ରି ମାଇଲଖୁଂଟ ହାସଲ
• କଂପାନି ପାଖରେ ଡାଏଟ୍‌, ୱଂଟର, ଜୁମ୍ବୋ, ସୁମୋ, ବୋନାୟାର, ଡୁରାଗୋଂ, ମାଷ୍ଟରକୁଲ୍‌, ଆର୍କଟିକ୍‌ ସର୍କଲ ଭଳି ୧୫ ଗ୍ଲୋବାଲ୍‌ ବ୍ରାଣ୍ଡ୍‌ ଅଧୀନରେ ୭୦ରୁ ଅଧିକ ମଡେଲ୍‌ ରହିଛି
• କଂପାନି ପାଖରେ ୨୦୦ରୁ ଅଧିକ ଟ୍ରେଡ୍‌ମାର୍କ, ୬୦ରୁ ଅଧିକ ପଂଜୀକୃତ ଡିଜାଇନ୍‌, ୧୫ରୁ ଅଧିକ କପିରାଇଟ୍‌ ଓ ୫୦ରୁ ଅଧିକ ପେଟେଂଟ୍‌ ରହିଛି ଯାହା ବିଶ୍ୱ ଶିଳ୍ପରେ ସର୍ବାଧିକ
ଭୁବନେଶ୍ୱର: ଏଭାପୋରେଟିଭ୍‌ ଏୟାର କୁଲର କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କଂପାନି ସିମ୍ଫୋନି ଲିିମଟେଡ୍‌ ପକ୍ଷରୁ ବିଏଲ୍‌ଡିସି ପ୍ରଯୁକ୍ତି ଦ୍ୱାରା ପରିଚାଳିତ ବିଶ୍ୱର ସର୍ବପ୍ରଥମ ଏୟାର କୁଲର ବର୍ଗମାଳାକୁ ଉନ୍ମୋଚନ କରିଛି । ଅତ୍ୟଧିକ ଶକ୍ତି ମିତବ୍ୟୟୀ ବିଏଲ୍‌ଡିସି ଏୟାର କୁଲର ଅନ୍ୟ କୁଲର ତୁଳନାରେ ୬୦ଧ ପର୍ଯ୍ୟନ୍ତ କମ୍‌ ବିଦ୍ୟୁତ ବ୍ୟବହାର କରିବ, ଯାହାର ପରିଣାମ ସ୍ୱରୂପ ପ୍ରତିବର୍ଷ ବିଦ୍ୟୁତ ବିଲ୍‌ରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ସଂଚୟ ହେବ ।
କଂପାନି ପକ୍ଷରୁ ବିଏଲ୍‌ଡିସି ବର୍ଗମାଳାରେ ୮୦ ଲିଟର, ୫୫ ଲିଟର ଓ ୩୦ ଲିଟର କ୍ଷମତାର ୩ଟି ମଡେଲ୍‌ ଉନ୍ମୋଚନ କରିଛଛି । ଅତ୍ୟଧିକ ଶକ୍ତି ମିତବ୍ୟୟୀ ହେବା ସହିତ ଏଥିରେ ୭-ବେଗ ବିକଳ୍ପ, ୮ ଘଂଟା ପର୍ଯ୍ୟନ୍ତର ନାଇଟ୍‌ ସ୍ଲିପ୍‌ ମୋଡ୍‌ ଟଚ୍‌ସ୍କ୍ରିନ୍‌ କଂଟ୍ରୋଲ୍‌ ପ୍ୟାନେଲ୍‌ ଭଳି ଅତିରିକ୍ତ ସୁବିଧା ରହିଛି । ସିମ୍ଫୋନି କୁଲରକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ପ୍ରତିବର୍ଷ ୧୮ଟି ଗଛ ବଂଚାଇବା ଭଳି କାର୍ବନ ଫୁଟପ୍ରିଂଟ୍‌ କମ୍‌ କରିବ ଏବଂ ଏୟାର କଣ୍ଡିସନର ତୁଳନାରେ କେବଳ ୧୦ଧ ବିଦ୍ୟୁତ ବ୍ୟବହାର କରିବ ।
ଏ ସମ୍ପର୍କରେ ମତ ରଖି ସିମ୍ଫୋନି ଲିିମଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଅଚଳ ବକେରି କହିଛନ୍ତି ଯେ, “ସିମ୍ଫୋନିରେ ଆମେ ଆସନ୍ତାକାଲି ବିଷୟରେ ଆଜି ଭାବୁଛୁ । ଗ୍ରହ ଓ ସେଥିରେ ବାସ କରୁଥିବା ଲୋକମାନଙ୍କ ପାଇଁ ଉତମ ଭବିଷ୍ୟତ ଗଠନ କରିବା ଲାଗି ଆମେ ସର୍ବଦା ପ୍ରୟାସ କରୁଛୁ ଯାହା ଆମର ବ୍ରାଣ୍ଡ୍‌ ଟ୍ୟାଗ୍‌ଲାଇନ୍‌ “ଥିଙ୍କିଙ୍ଗ୍‌ ଅଫ୍‌ ଟୁମରୋ’ ମାଧ୍ୟମରେ ପରିଚାଳିତ ହେଉଛି । ଆମର ବିଶ୍ୱାସ ରହିଛଇ ଯେ ଏହି ନୂଆ ଏୟାର କୁଲିଂ ବର୍ଗମାଳା ସହିତ ସିମ୍ଫୋନି ଏୟାର କୁଲିଂ ଭବିଷ୍ୟତରେ ବିପ୍ଳବ ଆଣିବ ଏବଂ ଗ୍ରାହକମାନଙ୍କୁ ଶୀତଳତା ପ୍ରଦାନକାରୀ ସମାଧାନର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ଭାବେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବ ।’’
ସିମ୍ଫୋନିର ବିଏଲ୍‌ଡିସି ଉତ୍ପାଦ ଶୃଙ୍ଖଳାକୁ ଭାରତରେ ତିଆରି କରାଯାଇଛି ଏବଂ କଂପାନି ଦେଶ ଭିତର ଆବଶ୍ୟକତା ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା ବିକାଶ କରିଛି । ବ୍ରସଲେସ୍‌ ଡିସି ଇଲେକ୍ଟ୍ରିକ୍‌ ମୋଟର (ବିଏଲ୍‌ଡିସି)ରେ ସ୍ଥାୟୀ ଚୁମ୍ବକ ରହିଛଚି ଯେଉଁଥିରେ ପରିଣାମ ସ୍ୱରୂପ କମ୍‌ ଉତାପ କ୍ଷତି ହୋଇଥାଏ, ଯଦ୍ୱାରା ମୋଟରର ଶକ୍ତି କୁଶଳୀ ହୋଇଥାଏ ଏବଂ ବିଦ୍ୟୁତ ବ୍ୟବହାର କମ୍‌ ରହିଥାଏ ।
ବିଜୟ ସେଲ୍‌ସର ସିଏମ୍‌ଡି ଶ୍ରୀ ନୀଳେଶ ଗୁପ୍ତା କହିଛନ୍ତି ଯେ, “ଔଦ୍ୟୋଗିକ, ଆଧୁନିକୀକରଣ ଓ ଉପଭୋକ୍ତା-ପ୍ରଥମ ଦୃଷ୍ଟିକୋଣ ଲାଗି ଜଣାଶୁଣା ସିମ୍ଫୋନି ଏୟାର କୁଲର ଗ୍ରାହକମାନଙ୍କ ପ୍ରଥମ ପସନ୍ଦରେ ପରିଣତ ହୋଇଛି । ଅଭିନବ ଓ ଶିଳ୍ପର ପ୍ରଥମ ଉତ୍ପାଦ ବିକାଶ କରି ସିମ୍ଫୋନି ଏୟାର କୁଲର ବର୍ଗାର ବିଶ୍ୱର ଅଗ୍ରଣୀ ଭାବେ ଉଭା ହୋଇଛି ଏବଂ ବିଏଲ୍‌ଡିସିି ବ୍ରାଣ୍ଡ୍‌ର ତରଫରୁ ଆଉ ଏକ ନୂଆ ନବସୃଜନ । ଆମେ ୧୫ ବର୍ଷରୁ ଅଧିକ ସମୟ ଧରି ସିମ୍ଫୋନି ବ୍ରାଣ୍ଡ୍‌ ସହ ଗର୍ବର ସହ ଯୋଡ଼ିହୋଇରହିଛୁ ।’’

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories