www.samajalive.in
Saturday, December 6, 2025
15.1 C
Bhubaneswar

ଇସୁଦାନ ଗଡୱୀ ‘ଆପ୍‌’ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ଗୋଟିଏ ଦିନ ପରେ ଆମ୍ ଆଦମୀ ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆପ୍‌ ନେତା ତଥା ଯୁଗ୍ମ ସାଧାରଣ ସମ୍ପାଦକ ଇସୁଦାନ ଗଡୱୀଙ୍କ ନାଁ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ସିଏମ୍ ପ୍ରାର୍ଥୀ ପାଇଁ ଆମ୍ ଆଦମୀ ପାର୍ଟି ଦ୍ୱାରା କରାଯାଇଥିବା ସର୍ଭେରେ ୭୩ ପ୍ରତିଶତ ଲୋକ ଗଡୱୀଙ୍କୁ ବାଛିଛନ୍ତି। ଏହାକୁ ଭିତ୍ତି କରି ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି।

ସୂଚନାଯୋଗ୍ୟ, ୧୯୮୨ ମସିହା ଜାନୁୟାରୀ ୧୦ ତାରିଖରେ ଗୁଜୁରାଟର ପିପଲିଆରେ ଜନ୍ମଗ୍ରହଣ କରିଥିବା ଇସୁଦାନ ଗଡୱୀ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ଗତବର୍ଷ ଜୁନ୍‌ ମାସରେ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଗଡୱୀ ଖାମ୍ବଲିଆ, ଜାମନଗର ଓ ଅହମ୍ମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମ୍ମଦାବାଦରୁ ୨୦୦୫ରେ ସାମ୍ବାଦିକତା ଓ  ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ମାତ୍ର ୩୨ ବର୍ଷ ବୟସରେ ସେ ଏକ ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲର ଏଡିଟର ହୋଇପାରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories