www.samajalive.in
Saturday, December 13, 2025
18.1 C
Bhubaneswar

ମିଶନ ଶକ୍ତି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଆପ୍‌ର ବିକ୍ଷୋଭ

କେନ୍ଦୁଝରଗଡ଼: ମିଶନ ଶକ୍ତିରେ କାର୍ଯ୍ୟରତ ସହାୟକ କର୍ମଚାରୀ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର ଏବଂ ଏଲଏସ୍‌‌ପିଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଆମ୍‌‌ ଆଦମୀ ପାର୍ଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ଆପ୍ କେନ୍ଦୁଝର ଜିଲା ସଂଯୋଜକ ମେଘନାଦ ମାଝୀଙ୍କ ନେତୃତ୍ୱରେ ଶତାଧିକ ନେତା ଓ ଦଳୀୟ କର୍ମୀ କାଳୀପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ଦୀର୍ଘ ୨୨ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସହାୟକ କର୍ମଚାରୀମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ସର୍ବଦା ଅଣଦେଖା କରିବା, ସରକାରୀ କାର୍ଯ୍ୟକ୍ରମକୁ ସର୍ବଧିକ ସଫଳତା ପହଞ୍ଚାଇବାରେ ବିଶେଷ ଅବଦାନ ରଖିଥିବା ଏହି କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେବା ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ବୋଲି ଆପ୍‌‌ ନେତା ଜୈନୁଲ ଆବେଦ୍ଦିନ କହିଛନ୍ତି। ଏଥିସହ କୌଣସି ଠୋସ୍‌‌ ପ୍ରମାଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ରଖି ଯେଭଳି ଭାବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ର ଶାସନାଧିନ ବିଜେପି ସରକାର ଗିରଫ କଲେ ତାହାକୁ ଦଳୀୟ ନେତା ତୀବ୍ର ନିନ୍ଦା କରିଥିଲେ। ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ସେମାନଙ୍କ ଦରମା ବୃଦ୍ଧି କରାନଗଲେ ଆଗାମୀ ଦିନରେ ମିଶନ ଶକ୍ତି କର୍ମଚାରୀଙ୍କୁ ନେଇ ଆମ୍‌‌ ଆଦମୀ ପାର୍ଟି ରାଜରାସ୍ତାକୁ ବାଧ୍ୟ ହୋଇ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଆମ୍‌‌ ଆଦମୀ ପାର୍ଟି ଜିଲା ସଂଯୋଜକ ମେଘନାଦ ମାଝୀଙ୍କ ନେତୃତ୍ୱରେ ଜିଲା ସହସଂଯୋଜକ ଜୈନୁଲ ଆବେଦ୍ଦିନ, ଯୁବସଭାପତି ହେମନ୍ତ ମହାନ୍ତ, ଜିଲା ସମ୍ପାଦକ ଶୁଭଙ୍କର ମହାନ୍ତି, ଜିଲା ସଙ୍ଗଠନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, କେନ୍ଦୁଝର ବ୍ଲକ ସଭାପତି ସୁଧୀର ମହାନ୍ତ, ଜୟକୃଷ୍ଣ ନାଏକ, କୁନ୍ତଳା ମହାନ୍ତ, ଟେନ୍‌‌ସୀରାଣୀ ପାତ୍ର, ଅନୀତା ମାଝୀ ପ୍ରମୁଖ ଅତିରିକ୍ତ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories