www.samajalive.in
Saturday, December 13, 2025
17.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଭୁବନେଶ୍ବର: କାରଖାନାରେ ବାଣତିଆରି ଚାଲିଥିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବାଣ କାରଖାନା ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିଲା। ଏମିତିକି ପାଖରେ ଥିବା ଆଉ ଏକ ଘର, ଧାନଗଦାବି ଜଳିଯାଇଥିଲା। ଏହି ବାଣ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ମୃତାହତମାନେ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଦିଲୁ ମହାନ୍ତି। ତାଙ୍କ ଘର ଇଚ୍ଛାପୁରରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ପୋଡ଼ିଯାଇ ବାଣ କାରଖାନା ମାଲିକ ଗୁରୁତର ଆହତ ହେବା ସହ ତାଙ୍କୁ ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ଅନ୍ୟ ଜଣେ ଗୁରୁତର ଜଗତସିଂହପୁର ଜିଲା ମେଡ଼ିକାଲରେ ଚିକିତ୍ସା ପଇଁ ଭର୍ତ୍ତି କରାଯାଇଛି।

- Advertisement -

ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ବାଣ କାରଖାନାରେ ବାଣ ତିଆରି ଚାଲିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପୂରା କାରଖାନାଟି ଛାରଖାର ହୋଇଯାଇଛି। କାରଖାନାର ଇଟା ଓ ସିମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଛି। ବାଣ କାରଖାନା ପାଖରେ ଥିବା ଏକ ଘର ଓ ଏକ ଧାନ ଗଦା ଜଳି ଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ି ନାହିଁ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories