www.samajalive.in
Sunday, December 7, 2025
23.1 C
Bhubaneswar

ଅଁଳା ନବମୀ : ଏହି ଉପାୟରେ ଦୂର ହୋଇଥାଏ ଧନ, ବିବାହ, ଦାମ୍ପତ୍ୟ ସମସ୍ୟା

ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଳପକ୍ଷର ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳନ କରାଯାଏ। ଏହିଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାର ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉତ୍ତମ ରହିବା ସହ ନିରୋଗ ରହିଥାଏ। ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଜପ, ଦାନ ଆଦି କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ। ଅଁଳା ନବମୀରେ କରାଯାଉଥିବା ଉପାୟ ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବା ସହ ଜନ୍ମଜନ୍ମ ପାଇଁ ଅକ୍ଷୟ ଫଳ ମିଳିଥାଏ।

କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀ ଦିନ ଅଁଳା ବୃକ୍ଷର ଉତ୍ପତ୍ତି ହୋଇଥିଲା। ଏହି ବୃକ୍ଷରେ ଭଗବାନ ବିଷ୍ଣୁ, ଶିବଶଙ୍କର ଓ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ତେଣୁ ଏହିଦିନ ନିଶ୍ଚୟ ପୂଜା କରନ୍ତୁ।

- Advertisement -

ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ ପ୍ରସ୍ତୁତ କରି ପରିବାର ସହ ଭୋଜନ କରନ୍ତୁ। ଏହାଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ଖାଦ୍ୟ ଖାଇବା ସମୟରେ ଆପଣଙ୍କ ଉପରେ ଯଦି ଅଁଳା ପତ୍ର ପଡ଼େ, ତେବେ ଏହାକୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ବୋଲି କୁହାଯାଏ। ଅଁଳା ବୃକ୍ଷ ତଳେ ସାତ୍ତ୍ୱିକ ଭୋଜନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ।

ମାନ୍ୟତା ଅନୁଯାୟୀ, ଏହାକୁ ପୃଥବୀର ପ୍ରଥମ ଫଳ ବୋଲି କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ଅଁଳାକୁ ଭୋଗ କରନ୍ତୁ।
ବିଶେଷ କରି ଏହି ଦିନ ଦାନ ଓ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଦ୍ୱାରା ଖୁବ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଆଜି ଗାଈ ଓ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ। ଏହାଦ୍ୱାରା ଧନ ସମ୍ପତ୍ତି ଓ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।

ଅଁଳା ନବମୀ ଦିନ ନୂଆ ଜିନିଷ କିଣିବା ଶୁଭଙ୍କର ବୋଲି କୁହାଯାଏ। ଏହିଦିନ ସୁନା, ଚାନ୍ଦି, ଆଭୂଷଣ, ଜମି ଆଦି କିଣି ପାରିବେ।

ଅଁଳା ନବମୀ ଦିନ ଅଁଳାର ସେବନ କରନ୍ତୁ। ଏହାର ଉଭୟ ଔଷଧୀୟ ଓ ଧାର୍ମିକ ମହତ୍ତ୍ୱ ରହିଛି। ତେଣୁ ଭଗବାନଙ୍କ କୃପା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ସେବନ କରନ୍ତୁ।

ଅଁଳା ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ଜୀବନରେ ଖୁସି, ସୁଖସମୃଦ୍ଧି, ଧନସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ଅଁଳା ନବମୀରେ ଅଁଳା ବୃକ୍ଷର ପରିକ୍ରମା କରାଯାଇଥାଏ। ଏହାସହ ସୂତା ବନ୍ଧାଯାଇଥାଏ। ମାନ୍ୟତା ଅନୁଯାୟୀ ଅଁଳା ବୃକ୍ଷର ପରିକ୍ରମା କରି ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ପଦ୍ମପୁରାଣ ଅନୁଯାୟୀ, ଅଁଳା ନବମୀ ଦିନ ଏହି ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ। ତେଣୁ ଏହାକୁ ଅକ୍ଷୟ ନବମୀ କୁହାଯାଏ। ଭଗବାନ ବିଷ୍ଣୁ ଏହି ବୃକ୍ଷରେ ବାସ କରିଥାଆନ୍ତି ବୋଲି ମାନ୍ୟତା ଥିବାରୁ ଏହି ବୃକ୍ଷର ପୂଜାର୍ଚ୍ଚନା ଦ୍ୱାରା ଧନ, ବିବାହ, ସନ୍ତାନ, ଦାମ୍ପତ୍ୟ ଜୀବନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଜାଣନ୍ତୁ ଅଁଳା ନବମୀର ପୂଜା ବିଧି..
ଏହି ଦିନ ପ୍ରତଃକାଳରେ ସ୍ନାନ ସାରି ପୂଜା କରନ୍ତୁ ।
ଅଁଳା ବୃକ୍ଷ ମୂଳରେ ପୂର୍ବ ମୁଖା ହୋଇ ଜଳ ଅର୍ପଣ କରନ୍ତୁ ।
ଅଁଳା ବୃକ୍ଷକୁ ସାତ ଥର ପରିକ୍ରମା କରିବା ସହ କର୍ପୁର ଆଳତି କରନ୍ତୁ ।
ବୃକ୍ଷ ତଳେ ଗରିବଙ୍କୁ ଭୋଜନ କରାନ୍ତୁ ଏବଂ ନିଜେ ମଧ୍ୟ ଭୋଜନ କରନ୍ତୁ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories