www.samajalive.in
Saturday, December 6, 2025
14.1 C
Bhubaneswar

ସୁଦୂର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ଧରି ସାଇକେଲ ଚଳାଇ ଯାଜପୁରରେ ପହଂଚିଲେ ଯୁବକ

ଯାଜପୁର : କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା। କୋରୋନା ପାଇଁ ସାରା ଭାରତବର୍ଷରେ ଏବେ ଲକ ଡାଉନ ଚାଲିଥିବା ବେଳେ ସୁଦୁର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି। ସେଠାରେ ସେ ଏକ ଘରୋଇ କଂପାନିରେ କାମ କରୁଥିଲେ। କୋରୋନା ପାଇଁ ହଠାତ୍ ସାରା ଦେଶରେ ଲକ ଡାଉନ ହେବା ପରେ ବାରମ୍ବାର ଘରକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ସେ ବିଫଳ ହୋଇଥିଲେ। ପରେ ଯେମିତି ହେଉ ପଛେ ସେ ଘରକୁ ଯିବେ ବୋଲି ସଂକଳ୍ପ ନେଇଥିଲେ। ଏକ ପୁରୁଣା ସାଇକେଲ ଯୋଗାଡ କରି ନିଜେ ବାହାରି ପଡିଲେ ଯାଜପୁର ଅଭିମୁଖେ। ସେ ବିଭିନ୍ନ ସ୍ଥାନରେ ରହି ଦୀର୍ଘ ୮ ଦିନ ପରେ ଯାଜପୁରରେ ପହଂଚିଥିଲେ। ଯାଜପୁରରେ ସ୍ଥାନୀୟ ବିଡିଓ ସୌରଭ ଚକ୍ରବର୍ତ୍ତୀ ତାଙ୍କୁ ଅବଦଲପୁର କ୍ୱାରେନଟାଇନ ହୋମରେ ଭର୍ତ୍ତି କରିଛନ୍ତି। ତାଙ୍କର ଏପରି ଦୁଃଶାହସିକ ପଦକ୍ଷେପ ପାଇଁ ସେ ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories